ନୂଆଦିଲ୍ଲୀ: କଂଗ୍ରେସର ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କୁ ଆସନ୍ତା ଅଗଷ୍ଟ ୨ ତାରିଖ ସୁଦ୍ଧା ନୂଆଦିଲ୍ଲୀରେ ଥିବା ତାଙ୍କ ସରକାରୀ ବଙ୍ଗଳାକୁ ଖାଲି କରିବାକୁ ଆଜି ନୋଟିସ ଜାରି କରିଛନ୍ତି ସରକାର।
କଂଗ୍ରେସ ନେତ୍ରୀ ତଥା ରାଜୀବ- ସୋନିଆ ଦୁହିତା ପ୍ରିୟଙ୍କାଙ୍କୁ ଆବଣ୍ଟିତ ହୋଇଥିବା ୩୫- ଲୋଧି ଇଷ୍ଟେଟ୍ ବଙ୍ଗଳାର ଆବଣ୍ଟନକୁ ଆଜି ରଦ୍ଦ ଅପରାହ୍ନରେ ରଦ୍ଦ କରି ଦିଆଯାଇଛି। ଏହପରେ ପରେ ଆସନ୍ତା ଅଗଷ୍ଟ ୨ ତାରିଖ ସୁଦ୍ଧା ଖାଲି କରିବାକୁ ନୋଟିସ୍ ଜାରି କରିଥିବା ଜାଣିବାକୁ ମିଳିଛି।
୧୯୯୭ ମସିହାରୁ ପ୍ରିୟଙ୍କା ନୂଆଦିଲ୍ଲୀର ୩୫- ଲୋଧି ଇଷ୍ଟେଟ୍ର ଏହି ଟାଇପ୍-୬ ବଙ୍ଗଳାରେ ରହି ଆସୁଥିଲେ। ଏସ୍ପିଜି ସୁରକ୍ଷା ବଳୟ ମଧ୍ୟରେ ରହୁଥିବା କାରଣରୁ ପ୍ରିୟଙ୍କାଙ୍କୁ ସରକାରଙ୍କ ପକ୍ଷରୁ ଏହି ବଙ୍ଗଳାଟିକୁ ଆବଣ୍ଟିତ କରା ଯାଇଥିଲା। ହେଲେ, ସଂପ୍ରତି ପ୍ରିୟଙ୍କାଙ୍କ ନିକଟରୁ ଏସ୍ପିଜି ସୁରକ୍ଷା ବଳୟକୁ ପ୍ରତ୍ୟାହାର କରି ନିଆଯାଇ ଥିବାରୁ ଗୃହ ଓ ନଗର ବ୍ୟାପାର ମନ୍ତ୍ରାଳୟ ଆଜି ପ୍ରିୟଙ୍କା ଗାନ୍ଧୀଙ୍କ ବଙ୍ଗଳା ଆବଣ୍ଟନକୁ ବାତିଲ କରିଦେଇଛନ୍ତି।
ଉଲ୍ଲେଖଯୋଗ୍ୟ, ଏହା ପୂର୍ବରୁ ପ୍ରିୟଙ୍କାଙ୍କୁ ମିଳିଥିବା ଏସ୍ପିଜି ସୁରକ୍ଷା ବଳୟକୁ ସରକାର ୨୦୧୯ରୁ ପ୍ରତ୍ୟାହାର କରି ନେଇଥିଲେ।