ନୂଆଦିଲ୍ଲୀ: ଘରଖାଲି କରିବାକୁ ନୋଟିସ ପାଇ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧି ଭଦ୍ରା ତାଙ୍କ ପୁରୁଣା ସରକାରୀ ବଙ୍ଗଳା ଛାଡ଼ିବା ପୂର୍ବରୁ ଉକ୍ତ ବଙ୍ଗଳାର ନୂତନ ଦଖଲଦାର ତଥା ବିଜେପି ସାଂସଦ ଅନୀଲ ବାଲୁନିଙ୍କୁ ସସ୍ତ୍ରୀକ ଚା'ପାନ ପାଇଁ ନିମନ୍ତ୍ରଣ କରିଛନ୍ତି। ୧୯୯୭ ମସିହାରୁ ପ୍ରିୟଙ୍କା ଉକ୍ତ ବଙ୍ଗଲାରେ ରହି ଆସୁଥିଲେ। ତେବେ ଏସ୍ପିଜି ସୁରକ୍ଷାକୁ ଗୃହ ମନ୍ତ୍ରଣାଳୟ ହଟାଇନେବା ପରେ ତାଙ୍କୁ ସେହି ବଙ୍ଗଳା ଖାଲି କରିବା ପାଇଁ କେନ୍ଦ୍ର ଗୃହନିର୍ମାଣ ଓ ସହର ବ୍ୟାପାର ମନ୍ତ୍ରଣାଳୟ ନୋଇଟି ଦେଇଥିଲା। ଅଗଷ୍ଟ ପହିଲା ସୁଦ୍ଧା ଉକ୍ତ ବଙ୍ଗଳା ଖାଲି କରିବା ଲାଗି ନୋଟିସରେ ନିର୍ଦ୍ଦେଶ ରହିଥିଲା। ତେବେ ବଙ୍ଗଳା ଛାଡ଼ିବା ଆଗରୁ ସୌଜନ୍ୟ ଦୃଷ୍ଟିରୁ ପ୍ରିୟଙ୍କା ସାଂସଦ ଶ୍ରୀ ବାଲୁନି ଏବଂ ତାଙ୍କ ପତ୍ନୀଙ୍କୁ ଚା'ପାନ ପାଇଁ ତାଙ୍କ କାର୍ଯ୍ୟାଳୟକୁ ଫୋନ୍ ଏବଂ ଚିଠି ମାଧ୍ୟମରେ ନିମନ୍ତ୍ରଣ କରିଛନ୍ତି। ଅପରପକ୍ଷେ, ଏ ବାବଦରେ ଶ୍ରୀ ବାଲୁନିଙ୍କ ପ୍ରତିକ୍ରିୟା ଜଣାପଡ଼ିନାହିଁ। ବର୍ତ୍ତମାନ ପାଇଁ ପ୍ରିୟଙ୍କା ଗୁଡ଼ଗାଓଁ ସ୍ଥିତ ନିଜ ବାସଭବନରେ ରହିବେ ଏବଂ ପରେ ନୁଆଦିଲ୍ଲୀକୁ ଫେରିବେ ବୋଲି ଜଣାଯାଇଛି।
ବଙ୍ଗଳା ଛାଡ଼ିବା ଆଗରୁ ପ୍ରିୟଙ୍କା ଅନୀଲଙ୍କୁ ଚା'ପାନ ପାଇଁ ଡାକିଲେ
/sambad/media/post_attachments/wp-content/uploads/2020/01/priyanka-gandhinagar-supporters-congress-meeting-opposition-arrives_334a2a3a-539e-11e9-b593-df9071890b8d.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)