ପ୍ରୟାଗରାଜ : ନିର୍ବାଚନ ସମୟରେ ବିଭିନ୍ନ ରାଜନେତାମାନେ ଜନତାଙ୍କ ପ୍ରତି ଯେଉଁ ସେବାର ଭାବ ଦେଖାଇଥାନ୍ତି । ତାହା ଦେଖିବା ଯୋଗ୍ୟ ହୋଇଥାଏ । ସମସ୍ତେ ଜନତାଙ୍କ ମନ କିଣି ଭୋଟ୍ ହାତେଇବା ଚିନ୍ତାରେ ରହିଥାନ୍ତି । ଏ ମଧ୍ୟରେ କଂଗ୍ରେସର ମହାସଚିବ ପ୍ରିୟଙ୍କା ଗାନ୍ଧୀ ଯାହା କରିଛନ୍ତି, ତାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇ ଯାଇଛି । ଟ୍ୟୁମର ସହ ଲଢ଼ୁଥିବା ଜଣେ ନାବାଳିକାକୁ ବ୍ୟକ୍ତିଗତ ବିମାନରେ ପ୍ରିୟଙ୍କା ଗାନ୍ଧୀ ଦିଲ୍ଲୀ ପଠାଇବା ଘଟଣାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି ।
/sambad/media/post_attachments/wp-content/uploads/2019/05/Priyanka-gandhi-sent-Tumor-baby-to-aiims-with-private-plane-ni24news-300x199.jpg)
ସୂଚନା ମୁତାବକ, ପ୍ରୟାଗରାଜର କମଲା ନେହେରୁ ହସ୍ପିଟାଲରେ ଜଣେ ନାବାଳିକା ନିଜ ଟ୍ୟୁମରର ଚିକିତ୍ସା କରାଇବା ପାଇଁ ପହଞ୍ଚିଥିଲେ । କିନ୍ତୁ ଚିକିତ୍ସା ସମୟରେ ତାଙ୍କ ସ୍ୱାସ୍ଥ୍ୟବସ୍ଥାରେ କୌଣସି ସୁଧାର ଦେଖା ଯାଇ ନଥିଲା । ଏହା ପରେ ପରିବାର ଲୋକେ ସାହାଯ୍ୟ ପାଇଁ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀଙ୍କୁ ସଂପର୍କ କରିଥିଲେ । ଘଟଣା ବିଷୟରେ ଜଣାପଡ଼ିବା ପରେ ତୁରନ୍ତ ସାହାଯ୍ୟର ହାତ ବଢ଼ାଇଥିଲେ ପ୍ରିୟଙ୍କା ଗାନ୍ଧୀ । ଦିଲ୍ଲୀରେ ଚିକିତ୍ସା ହେବାକୁ ଥିବା ବେଳେ ସେ ବ୍ୟକ୍ତିଗତ ବିମାନରେ ପୀଡ଼ିତା ଏବଂ ତାଙ୍କ ପରିବାର ଲୋକଙ୍କୁ ଦିଲ୍ଲୀ ପଠାଇଥିବା ଜଣାପଡ଼ିଛି ।