ପ୍ରିୟଙ୍କା ଦ୍ୱିତୀୟ ଦିନ ବି କଲେ ରାତି ୨.୩୦ ପର୍ଯ୍ୟନ୍ତ ବୈଠକ, ଘରୁ ଖାଦ୍ୟ ନେଇ ଆସିଥିଲେ କର୍ମକର୍ତ୍ତା

ନୂଆଦିଲ୍ଲୀ: ଇନ୍ଦିରା ଗାନ୍ଧିଙ୍କ ନତୁଣୀ ତଥା କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କ ଭଉଣୀ ପ୍ରିୟଙ୍କା ଗାନ୍ଧି ରାଜନୀତିରେ ପାଦ ଦେବା ପରେ ସମ୍ପୂର୍ଣ୍ଣ ରାଜେନୈତିକ ପାଣିପାଗରେ ପରିବର୍ତ୍ତନ ହୋଇଯାଇଛି। ଏହା କଂଗ୍ରେସର ଆତ୍ମବିଶ୍ୱାସକୁ ଦୃଢ଼ କରିଛି। ପ୍ରିୟଙ୍କାଙ୍କୁ ୪୧ଲୋକସଭା ଆସନ ଦାୟିତ୍ୱ ଦିଆଯାଇଛି। ଲୋକସଭା ନିର୍ବାଚନ ୨୦୧୯ର ପ୍ରସ୍ତୁତି ପାଇଁ କଂଗ୍ରେସ କର୍ମକର୍ତ୍ତାଙ୍କ ସହିତ ପ୍ରିୟଙ୍କା ଜୋରସୋର୍‌ ଆଲୋଚନା କରିବା ଆରମ୍ଭ କରି ଦେଇଛନ୍ତି। ପ୍ରିୟାଙ୍କ ଓ ଜ୍ୟୋତିରାଦିତ୍ୟ ସିନ୍ଧିୟା ଦୁଇଦିନ ୧୫ଘଣ୍ଟା ଧରି କାମ କରିବା ଜଣାପଡ଼ିଛି। ଗୁରୁବାର ରାତି ୨.୩୦ ପର୍ଯ୍ୟନ୍ତ ପାର୍ଟିର କର୍ମକର୍ତ୍ତାଙ୍କ ସହିତ ବୈଠକ କରିଥିଲେ ପ୍ରିୟଙ୍କା ଗାନ୍ଧି। ଏହି ସମୟରେ ଲୋକସଭା ଆସନର ପୂର୍ବତନ ସାଂସଦ, ପୂର୍ବତନ ବିଧାୟକ ସହିତ ପ୍ରିୟଙ୍କା କଥାବର୍ତ୍ତା ହୋଇଥିଲେ।

ଲକ୍ଷ୍ମୌରୁ ଆସିଥିବା କଂଗ୍ରେସ କର୍ମକର୍ତ୍ତାଙ୍କ କହିବାନୁସାରେ, ପ୍ରଥମ ଦିନ ବୈଠକ ବିଳମ୍ବରରେ ସରିବା ହେତୁ ସେମାନଙ୍କୁ ଭୋକରେ ରହିବାକୁ ପଡ଼ିଥିଲା। ତେଣୁ ଦ୍ୱିତୀୟ ଦିନରେ ଭୋଜନର ସେମାନେ ନିଜେ ବନ୍ଦୋବସ୍ତ କରିଥିଲେ। ଘରୁ ନିଜ ସହିତ ଖାଦ୍ୟ ପ୍ରସ୍ତୁତ କରି ସାଥୀରେ ନେଇ ଆସିଥିଲେ ।

ସୂଚନାଯୋଗ୍ୟ, ୨୦୧୪ ଲୋକସଭା ନିର୍ବାଚନରେ କଂଗ୍ରେସ ୫୪୩ଟି ଆସନରୁ କେବଳ ୪୪ଟି ଆସନରେ ବିଜୟ ହାସଲ ହୋଇଥିଲା। ସେହିପରି ଭାଜପା ୨୮୨ଟି ସିଟ୍‌ ହାସଲ କରିଥିଲା।

ସମ୍ବନ୍ଧିତ ଖବର