ଆସାମରେ ଚା’ ବଗିଚା କର୍ମଚାରୀଙ୍କୁ ଭେଟି ତାଙ୍କ ସହ ମିଶି ଚା’ ପତ୍ର ତୋଳିଲେ ପ୍ରିୟଙ୍କା

‌ଗୌହ୍ବାଟୀ: ଆସାମକୁ ଦୁଇ ଦିନିଆ ଗସ୍ତରେ ଯାଇ କଂଗ୍ରେସର ବରିଷ୍ଠ ନେତ୍ରୀ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଏକ ଚା’ ବଗିଚାକୁ ବୁଲି ଦେଖିବା ବେଳେ କେବଳ ଚା’ ବଗିଚାରେ ଥିବା କର୍ମଚାରୀଙ୍କ ସହ କଥା ହୋଇନାହାନ୍ତି ବରଂ ନିଜେ ଚା’ ପତ୍ର ତୋଳୁଥିବାର ବି ନଜର ଆସିଛନ୍ତି।

 

ସେ ଚା’ ବଗିଚାରେ କାମ କରୁଥିବା ମହିଳା ଶ୍ରମିକମାନଙ୍କ ସମସ୍ୟା ବୁଝିବା ସହ ସେମାନଙ୍କ ସହ ମିଶି ଚା’ ପତ୍ର ତୋଳିବାକୁ ଉପଭୋଗ କରିଥିବାର ଫଟୋ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହୋଇଛି।

 

ଚା’ ବଗିଚାରୁ ଫେରିବା ପରେ କଂଗ୍ରେସର ବରିଷ୍ଠ ନେତ୍ରୀ କହିଛନ୍ତି କି ଯେଉଁ ଭଲପାଇବା ସେ ଚା’ ବଗିଚାର କର୍ମଚାରୀଙ୍କଠାରୁ ପାଇଛନ୍ତି ତାହାକୁ ସେ କେବେ ଭୁଲିବେ ନାହିଁ।

 

ପ୍ରିୟଙ୍କା ଏକ ଟ୍ବିଟ୍‌ ପୋଷ୍ଟ୍‌ କରି କହିଛନ୍ତି, ‘ଚା ବଗିଚାର ଶ୍ରମିକଙ୍କ ପରିଶ୍ରମ ସଚ୍ଚୋଟତାରେ ପରିପୂର୍ଣ୍ଣ। ସେମାନଙ୍କ ପରିଶ୍ରମ ଦେଶ ପାଇଁ ବହୁମୂଲ୍ୟ। ଆଜି ସେମାନଙ୍କ ସହ ମିଶି ସେମାନଙ୍କ କାମକାର୍ଯ୍ୟ, ଘରପରିବାରର ହାଲ୍‌ଚାଲ୍‌ ବୁଝିଲି। ସେମାନଙ୍କ ଜୀବନର କଷ୍ଟକୁ ଅନୁଭବ କରିପାରିଲି। ସେମାନଙ୍କଠାରୁ ଯେଉଁ ସ୍ନେହ ଓ ଆତ୍ମୀୟତା ପାଇଲି ତାହାକୁ କେବେ ଭୁଲିପାରିବି ନାହିଁ।

 

ସମ୍ବନ୍ଧିତ ଖବର