ନା ସାଂସଦ ନା ପୂର୍ବତନ ମୁଖ୍ୟମନ୍ତ୍ରୀ ! ତେବେ କାହିଁକି ପ୍ରିୟଙ୍କା ଗାନ୍ଧୀଙ୍କୁ ମିଳିଥିଲା ଏହି ଦାମୀ ସରକାରୀ ବଙ୍ଗଳା

ନୂଆଦିଲ୍ଲୀ: କଂଗ୍ରେସର ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କୁ ଆସନ୍ତା ଅଗଷ୍ଟ ୨ ତାରିଖ ସୁଦ୍ଧା ନୂଆଦିଲ୍ଲୀରେ ଥିବା ତାଙ୍କ ସରକାରୀ ବଙ୍ଗଳାକୁ ଖାଲି କରିବାକୁ ନୋଟିସ ଜାରି କରିଛନ୍ତି ସରକାର। କଂଗ୍ରେସ ନେତ୍ରୀ ତଥା ରାଜୀବ-ସୋନିଆଙ୍କ ଝିଅ ପ୍ରିୟଙ୍କାଙ୍କୁ ଆବଣ୍ଟିତ ହୋଇଥିବା ୩୫-ଲୋଧି ଇଷ୍ଟେଟ୍‌ ବଙ୍ଗଳାକୁ ଆସନ୍ତା ଅଗଷ୍ଟ ୨ ତାରିଖ ସୁଦ୍ଧା ଖାଲି କରିବାକୁ ନୋଟିସ୍‌ ଜାରି କରାଯାଇଛି |୧୯୯୭ ମସିହାରୁ ପ୍ରିୟଙ୍କା ଗାନ୍ଧୀଙ୍କୁ ଏହି ଟାଇପ-୬ କାଟାଗୋରୀର ବଙ୍ଗଳା ମିଳିଥିଲା |


The Weeker

ପ୍ରିୟଙ୍କା ଗାନ୍ଧୀ ଏହି ବଙ୍ଗଳା ପାଇଁ ମାସକୁ ୩୭ ହଜାର ଟଙ୍କା ଭଡା ଦେଉଥିଲେ। ତେବେ ଏହି ବଙ୍ଗଳା କେବଳ ସେହିମାନଙ୍କୁ ବଣ୍ଟନ କରାଯାଇଥାଏ ଯେଉଁମାନେ ପାଞ୍ଚ ଥର ସାଂସଦ ହୋଇଥାନ୍ତି କିମ୍ବା ସାଂସଦ ହେବା ପୂର୍ବରୁ କୌଣସି ରାଜ୍ୟରେ ମୁଖ୍ୟମନ୍ତ୍ରୀ କିମ୍ବା ରାଜ୍ୟପାଳ ପଦ ସମ୍ଭାଳି ଆସିଛନ୍ତି। ଯଦିଓ ପ୍ରିୟଙ୍କା ଗାନ୍ଧୀ ଏହି ବର୍ଗରେ ନାହାନ୍ତି, ତଥାପି ତାଙ୍କୁ  ଏସପିଜି ସୁରକ୍ଷା ପ୍ରଦାନ କରାଯାଇଥିଲା | ତେଣୁ ସେ ଏଠାରେ ରହୁଥିଲେ। ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ହତ୍ୟା ପରେ ତାଙ୍କ ପରିବାରକୁ ଏସପିଜି ସୁବିଧା ଦିଆଯାଇଥିଲା।

ଉଲ୍ଲେଖନୀୟ କଥା ହେଉଛି, ୨୧ ମଇ ୧୯୯୧ ରେ ତାମିଲନାଡୁର ଶ୍ରୀପେରୁମ୍ବୁଦୁରରେ ଏକ ମାନବ ବୋମା ବିସ୍ଫୋରଣରେ ରାଜୀବ ଗାନ୍ଧୀଙ୍କ ମୃତ୍ୟୁ ହୋଇଥିଲା। ସେବେଠାରୁ ତାଙ୍କର ପୂରା ପରିବାର ଏହି ସୁବିଧା ପାଇଥିଲେ। କିନ୍ତୁ ୨୦୧୯ ରେ କେନ୍ଦ୍ର ସରକାର ଗାନ୍ଧୀ ପରିବାରକୁ ଦିଆଯାଇଥିବା ଏସପିଜି ସୁରକ୍ଷାକୁ ହଟାଇ ସେମାନଙ୍କୁ ଜେଡ ପ୍ଲସ ସୁରକ୍ଷା ପ୍ରଦାନ କରିଥିଲେ। ଯେହେତୁ ଜେଡ ପ୍ଲସ ସୁରକ୍ଷାରେ ଏହି ବଙ୍ଗଳା ମିଳିନଥାଏ ତେଣୁ ପ୍ରିୟଙ୍କାଙ୍କୁ ଏହି ବଙ୍ଗଳା ଛାଡିବାକୁ କୁହାଯାଇଛି |

ସମ୍ବନ୍ଧିତ ଖବର