ପ୍ରିୟଙ୍କାଙ୍କ ଟାର୍ଗେଟରେ ମୋଦୀ : ଇନ୍ଦୋରରେ ଏକ ଜନସଭାରେ ମେଘୁଆ ପାଗ ଏବଂ ରାଡାର ଉଦାହରଣ ଦେଇ ମୋଦିଙ୍କୁ ସମାଲୋଚନା କଲେ ପ୍ରିୟଙ୍କା ଗାନ୍ଧି
ଇନ୍ଦୋର : ୧୯ ଯୁଦ୍ଧର ଶେଷ ଲଢେଇ ବାକି ରହିଥିବା ବେଳେ ସରଗରମ ରହିଛି ଜାତୀୟ ରାଜନୀତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏୟାରଷ୍ଟ୍ରାଇକକୁ ନେଇ ଏକ ଗଣମାଧ୍ୟମ ସାକ୍ଷାତକାରରେ ରଖିଥିବା ବୟାନକୁ ନେଇ ମୋଦିଙ୍କୁ ଟାର୍ଗେଟ୍ କରିଛି କଂଗ୍ରେସ । ଆଜି ଇନ୍ଦୋରରେ ଏକ ଜନସଭାକୁ ସମ୍ବୋଧିତ କରିବା ସହ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧି ମେଘୁଆ ପାଗ ଏବଂ ରାଡାର ଉଦାହରଣ ଦେଇ ମୋଦିଙ୍କୁ ସମାଲୋଚନା କରିଛନ୍ତି ।
Sambad is now on WhatsApp
Join and get latest news updates delivered to you via WhatsApp
ମୋଦିଙ୍କୁ ଟାର୍ଗେଟ୍ କରି ପ୍ରିୟଙ୍କା ଗାନ୍ଧି କହିଛନ୍ତି, ‘ମୋଦି ଏତେ ବଡ ପ୍ରତିରକ୍ଷା ବିଶେଷଜ୍ଞ ଅଟନ୍ତି, ଯିଏକି ନିଜେ ନିଷ୍ପତ୍ତି ନେଲେ କିଏ ତିଆରି କରିବ ଯୁଦ୍ଧ ଜାହାଜ । ଯିଏ ଜୀବନରେ କେବେ ଜାହାଜ ନିର୍ମାଣ କରିନାହିଁ, ତାଙ୍କୁ ଜାହାଜ ନିର୍ମାଣ ପାଇଁ ଭିତ୍ତିଭୂମି ମଧ୍ୟ ଯୋଗାଇ ଦିଆଯାଇଛି । ୫୦ ବର୍ଷ ଧରି ଯୁଦ୍ଧ ଜାହାଜ ନିର୍ମାଣ କରୁଥିବା ହାଲକୁ ଏହି ଚୁକ୍ତି ଦେଲେନାହିଁ ମୋଦି ।’
ପ୍ରିୟଙ୍କା ମୋଦିଙ୍କୁ ସମାଲୋଚନା କରି କହିଛନ୍ତି, ‘ପ୍ରଧାନମନ୍ତ୍ରୀ ଭାବୁଛନ୍ତି ପାଗ ମେଘୁଆ ରହିଛି, ତେଣୁ ସେ ଯାହା କରିବେ ତାହା ହୁଏତ କେହି ଜାଣିପାରିବେ ନାହିଁ । ମେଘୁଆ ପାଗ ପାଇଁ ସେ ରାଡାରରେ ଆସିବେନି । କିନ୍ତୁ ମୋଦି ରାଡାରକୁ ଆସି ସାରିଲେଣି । ଏବେ ମେଘୁଆ ପାଗ ହେଉ କିମ୍ବା ଖରା, ଜନସାଧାରଣଙ୍କ ସାମ୍ନାରେ ମୋଦିଙ୍କ ରୀଜନୀତିର ପରଦା ଉଠିସାରିଛି ।’ ତେବେ ୨୦୧୯ ଯୁଦ୍ଧର ଶେଷ ପର୍ଯ୍ୟାୟ ନିର୍ବାଚନ ବାକି ରହିଥିବା ବେଳେ ଜାରି ରହିଛି ଆରୋପ ପ୍ରତ୍ୟାରୋପର ରାଜନୀତି । ଆଉ ଏହାରି ଭିତରେ ଅପେକ୍ଷା ମେ ମାସ ୨୩ ତାରିଖକୁ । ଯେତେବେଳେ ସ୍ପଷ୍ଟ ହୋଇଯିବ, କାହା ତର୍କ ଉପରେ ଭରସା କରୁଛନ୍ତି ଜନତା ।