ଭାଇରାଲ ହେଲା କଂଗ୍ରେସର ‘ଇନ୍ଦିରା କା ଖୁନ୍‌, ପ୍ରିୟଙ୍କା ଇଜ୍‌ କମିଙ୍ଗ ସୁନ୍‌’ର ପୋଷ୍ଟର; ୧୯ ନିର୍ବାଚନରେ ରାଏବରେଲିରୁ ଲଢ଼ିବେ ପ୍ରିୟଙ୍କା!

ରାଏବରେଲି: ୨୦୧୯ର ଲୋକସଭା ନିର୍ବଚନରେ ସୋନିଆ ଗାନ୍ଧୀ ନିର୍ବାଚନ ଲଢ଼ିବେ ନାହିଁ ବୋଲି ଖବର ମିଳିଥିବା ବେଳେ ତାଙ୍କ ସ୍ଥାନରେ କାହାକୁ ନିଆଯିବ ବୋଲି ଏପର୍ଯ୍ୟନ୍ତ ନିଷ୍ପତ୍ତି ନେଇ ପାରି ନାହିଁ କଂଗ୍ରେସ । ସୋନିଆଙ୍କ ସ୍ଥାନରେ ତାଙ୍କ ଝିଅ ପ୍ରିୟଙ୍କା ଗାନ୍ଧୀ ରାଏ ବରେଲିରୁ ନିର୍ବାଚନ ଲଢ଼ିବେ ବୋଲି ଚର୍ଚ୍ଚା ହେଉଥିବା ବେଳେ ଏ ନେଇ କଂଗ୍ରେସ କୌଣସି ସ୍ପଷ୍ଟୀକରଣ ଦେଇ ନାହିଁ ।
ହେଲେ, ଦଳ ମଧ୍ୟରେ ହେଉଥିବା ଏହି ଚର୍ଚ୍ଚାକୁ ନେଇ କଂଗ୍ରେସର କାର୍ଯ୍ୟକର୍ତ୍ତାମାନେ ଏକ କ୍ୟାମ୍ପେନ୍‌ ଆରମ୍ଭ କରିଥିବା ଦେଖା ଯାଇଛି । ସୋସିଆଲ ମିଡ଼ିଆରେ ଏହି କ୍ୟାମ୍ପେନ ଆରମ୍ଭ ହୋଇଥିବା ବେଳେ ୨୦୧୯ର ଲୋକସଭା ନିର୍ବଚନରେ ପ୍ରିୟଙ୍କା ନିର୍ବାଚନ ଲଢ଼ନ୍ତୁ ବୋଲି କଂଗ୍ରେସର କାର୍ଯ୍ୟକର୍ତ୍ତାମାନେ ଦାବି କରିଥିବା ଦେଖା ଯାଇଛି । ସୋସିଆଲ ମିଡ଼ିଆରେ ଏବେ ‘ଇନ୍ଦିରା କା ଖୁନ୍‌, ପ୍ରିୟଙ୍କା ଇଜ୍‌ କମିଙ୍ଗ ସୁନ୍‌’ର ପୋଷ୍ଟର ଭାଇରାଲ ହେବାରେ ଲାଗିଛି ।

ABP News

ସୂଚନା ମୁତାବକ, ସୋନିଆ ଗାନ୍ଧୀଙ୍କ ସ୍ୱାସ୍ଥ୍ୟବସ୍ଥା ଠିକ୍‌ ରହୁ ନଥିବାରୁ ସେ ରାଜନୀତିରୁ ସନ୍ୟାସ ନେବାକୁ ଚାହୁଁଛନ୍ତି । ଏଭଳି ପରିସ୍ଥିତିରେ ପ୍ରିୟଙ୍କା ରାଏ ବରେଲିରୁ ନିର୍ବାଚନ ଲଢ଼ନ୍ତୁ ବୋଲି କଂଗ୍ରେସର କାର୍ଯ୍ୟକର୍ତ୍ତାମାନେ ନିଜର ଇଚ୍ଛାର ଜାହିର କରିଛନ୍ତି ।

ସମ୍ବନ୍ଧିତ ଖବର