ମୋଦିଙ୍କ ବିପକ୍ଷରେ ବାରାଣାସୀରୁ ପ୍ରିୟଙ୍କା ଗାନ୍ଧି ନିର୍ବାଚନ ଲଢ଼ିବାକୁ ପ୍ରସ୍ତୁତ !

ନୂଆଦିଲ୍ଲୀ: କଂଗ୍ରେସର ମହାସଚିବ ହୋଇ ସକ୍ରିୟ ରାଜନୀତିରେ ଯୋଗ ଦେବା ପରେ ଏବେ ରାଲି କରି ସମର୍ଥକ ବଢ଼ାଇବାରେ ପ୍ରିୟଙ୍କା ଗାନ୍ଧି ଲାଗି ପଡ଼ିଛନ୍ତି। ତେବେ ସମ୍ପ୍ରତି ଖବର ମିଳିଛି କି ପ୍ରିୟଙ୍କା ଗାନ୍ଧି ବାରାଣାସୀରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିରୋଧରେ ନିର୍ବାଚନ ଲଢ଼ି ପାରନ୍ତି।

ପ୍ରକାଶିତ ରିପୋର୍ଟ ମୁତାବକ, ପ୍ରିୟଙ୍କା ଗାନ୍ଧି ନିଜେ ନିର୍ବାଚନ ଲଢ଼ିବା ପାଇଁ ହଁ ଭରିଛନ୍ତି। ଏଥିପାଇଁ ସେ ପୂରା ପ୍ରସ୍ତୁତି କରିସାରିଥିବା ବିଶେଷ ସୂତ୍ରରୁ ଜଣାପଡ଼ିଛି। କିନ୍ତୁ ଏହି ବିଷୟରେ ଚୂଡ଼ାନ୍ତ ନିଷ୍ପତ୍ତି କଂଗ୍ରେସ ଅଧ୍ୟକ୍ଷ ତଥା ତାଙ୍କ ଭାଇ ରାହୁଲ ଗାନ୍ଧି ଏବଂ ତାଙ୍କ ମା’ ସୋନିଆ ଗାନ୍ଧି ନେବେ ବୋଲି କୁହାଯାଉଛି।

aajtak

ପାର୍ଟିରେ ମହାସଚିବ ହେବା ପରେ ପ୍ରିୟଙ୍କା ଗାନ୍ଧି ଉତ୍ତରପ୍ରଦେଶର ବିଭିନ୍ନ ଅଞ୍ଚଳରେ ଜୋରଦାର ନିର୍ବାଚନ ପ୍ରଚାରରେ ଲାଗି ପଡ଼ିଛନ୍ତି। କିଛିଦିନ ତଳେ ସେ ଜଣେ ସମର୍ଥକଙ୍କ ପ୍ରଶ୍ନର ଉତ୍ତର ଦେଇ ବାରାଣାସୀରୁ ମୋଦିଙ୍କ ବିରୋଧରେ ନିର୍ବାଚନ ଲଢ଼ି ପାରନ୍ତି ବୋଲି କହିଥିଲେ। ଏହି ଖବର ଏବେ ସମସ୍ତଙ୍କୁ ଚକିତ କରି ଦେଇଛି।

ସମ୍ବନ୍ଧିତ ଖବର