ସାପ ସହିତ ଖେଳିବା ନେଇ ପ୍ରିୟଙ୍କା ଗାନ୍ଧିଙ୍କୁ ବନ ବିଭାଗ ଶୁଣାଇଲେ ଏଭଳି ନିଷ୍ପତ୍ତି

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ୨୦୧୯ ସମୟରେ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧିଙ୍କ ସାପ ସହିତ ଏକ ଭିଡିଓ ଭାଇରାଲ୍‌ ହୋଇଛି। ଏହି ଭିଡିଓ ଗତ ଦୁଇ ମାସ ତଳର ବୋଲି ଜଣାପଡ଼ିଛି। ନିର୍ବାଚନ ପ୍ରଚାର ସମୟରେ ପ୍ରିୟଙ୍କା ଗାନ୍ଧି ରାଏବରେଲି ଜିଲ୍ଲାର ହନ୍ସାର ପୁରୁଣା ଗ୍ରାମରେ ପହଞ୍ଚିଥିଲେ। ଏହି ସମୟର ପ୍ରିୟଙ୍କା ଗାନ୍ଧିଙ୍କ ଏକ ଫଟୋ ଓ ଭିଡିଓ ସାମ୍ନାକୁ ଆସିଥିଲା, ଯେଉଁଥିରେ ସେ କିଛି ସାପୁଆ କେଳାଙ୍କ ଉପସ୍ଥିତିରେ ସାପ ସହିତ ଖେଳୁଥିବା ଦେଖିବାକୁ ମିଳିଥିଲ।

ଏହି ଭିଡିଓ ସାମ୍ନାକୁ ଆସିବା ପରେ ପ୍ରିୟଙ୍କା ସାପ ସହିତ ଖେଳୁଥିବା ଅଭିଯୋଗ ହୋଇଥିଲା। ଏବେ ଏହି ମାମଲା ନେଇ ପ୍ରିୟଙ୍କାଙ୍କୁ କ୍ଲିନ୍‌ ଚିଟ୍‌ ମିଳିଛି। ସେହିପରି ଦୁଇ ସାପୁଆ କେଳାଙ୍କୁ ନେଇ ବନ ବିଭାଗ ମାମଲା ରୁଜୁ ବି ଜବାବ ମାଗିଛନ୍ତି।

 

ଏହି ପୂରା ମାମଲା ଦୁଇ ମଇରେ ସେହି ସମୟରେ ସାମ୍ନାକୁ ଆସିଥିଲା ଯେତେବେଳେ ଜନସମ୍ପର୍କ ପାଇଁ ପ୍ରିୟଙ୍କା ଗାନ୍ଧି ରାଏବରେଲିରେ ହନ୍ସାର ପୁରଓ୍ଵା ଗ୍ରାମରେ ପହଞ୍ଚିଥିଲେ। ଏହି ସମୟରେ ତାଙ୍କର ଓ ସାପୁଆ କେଳାର ଏକ ଭିଡିଓ ସାମ୍ନାକୁ ଆସିଥିଲା। ଏହି ମାମଲାରେ ପ୍ରିୟଙ୍କା ଗାନ୍ଧି ସାପ ସହିତ ଖେଳିବା ଓ ତାକୁ ହାତରେ ଧରିଥିବା ଅଭିଯୋଗ ହୋଇଥିଲା। ପ୍ରିୟଙ୍କା ଗାନ୍ଧି ବିରୋଧରେ ଭାରତୀୟ ପଶୁ କଲ୍ୟାଣ ବୋର୍ଡ ‘ଦ ପ୍ରେବିସନ୍‌ ଅଫ୍‌ କ୍ରୁଏଲିଟି ଟୁ ଆନିମଲ୍ସ’ ଓ ‘ଦ ଓ୍ଵାଇଲ୍ଡ ଲାଇଫ୍‌ ପ୍ରୋଟେକ୍‌ସନ୍‌ ଆକ୍ଟ’ ଆଧାରରେ ଡିଏମ୍‌ଙ୍କ ନିକଟରେ ଅଭିଯୋଗ କରାଯାଇଥିଲା। କିନ୍ତୁ ଯାଞ୍ଚରେ ପ୍ରିୟଙ୍କାଙ୍କୁ କ୍ଲିନ୍‌ଚିଟ୍‌ ଦିଆଯାଇଛି।

ସମ୍ବନ୍ଧିତ ଖବର