ନୂଆଦିଲ୍ଲୀ: ମହାରାଷ୍ଟ୍ରରେ ଶୋଚନୀୟ ପରାଜୟ ପରେ ଶୁକ୍ରବାର କଂଗ୍ରେସ ଦଳର ସିଡବ୍ଲ୍ୟୁସି ବୈଠକ ବସିଥିଲା । ଏଥିରେ ଦଳର ସାଧାରଣ ସମ୍ପାଦିକା ପ୍ରିୟଙ୍କା ଗାନ୍ଧୀ ଭଦ୍ରା କହିଥିଲେ ଯେ ଭାରତ ଇଲେକ୍ଟ୍ରୋନିକ୍ ଭୋଟିଂ ମେସିନ୍ (ଇଭିଏମ୍) ପରିବର୍ତ୍ତେ ପାରମ୍ପରିକ ବାଲଟ୍ ପେପରକୁ ଫେରିବା ଉଚିତ। ସେ ଏହା ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ ଏହି ମାମଲାରେ କୌଣସି ମଧ୍ୟମ ରାସ୍ତା ନାହିଁ, ଇଭିଏମ ରହିବ କିମ୍ବା ବାଲଟ ବକ୍ସ ।

Advertisment

କେବଳ ସେତିକି ନୁହେଁ, ସମଗ୍ର ନିର୍ବାଚନ ପ୍ରକ୍ରିୟା ସ୍ୱଚ୍ଛ ନଥିବାରୁ ଏବେ ନିର୍ବାଚନ କମିଶନଙ୍କ ଉପରେ ପ୍ରଶ୍ନ ଉଠିବା ଦରକାର ବୋଲି ଦଳୀୟ ନେତା ରାହୁଲ ଗାନ୍ଧି କହିଛନ୍ତି। ନିର୍ବାଚନ ପ୍ରକ୍ରିୟାରେ ସ୍ୱଚ୍ଛତା ସୁନିଶ୍ଚିତ କରିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଜାତିଭିତ୍ତିକ ଜନଗଣନା ଓ ସଂରକ୍ଷଣ ସୀମା ୫୦ ପ୍ରତିଶତରୁ ବୃଦ୍ଧି ନେଇ କଂଗ୍ରେସ ଯେମିତି ସ୍ପଷ୍ଟ ଆଭିମୁଖ୍ୟ ଗ୍ରହଣ କରିଛି, ସେହିପରି ସମ୍ଭଲ ମାମଲା ଭଳି ଅନ୍ୟାନ୍ୟ ପ୍ରସଙ୍ଗରେ ମଧ୍ୟ ଦୃଢ଼ ଆଭିମୁଖ୍ୟର ଆବଶ୍ୟକତା ରହିଛି।

ସମଗ୍ର ନିର୍ବାଚନ ପ୍ରକ୍ରିୟା ସ୍ୱଚ୍ଛ ନଥିବାରୁ ଏବେ ନିର୍ବାଚନ କମିଶନଙ୍କ ଉପରେ ପ୍ରଶ୍ନ ଉଠିବା ସ୍ବାଭାବିକ। ନିର୍ବାଚନ ପ୍ରକ୍ରିୟାରେ ସ୍ୱଚ୍ଛତା ସୁନିଶ୍ଚିତ କରିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି  ରାହୁଲ ଗାନ୍ଧି କହିଛନ୍ତି ।

ଏହି ବୈଠକ ପରେ କେସି ବେଣୁଗୋପାଳ କହିଛନ୍ତି ଯେ ନିକଟରେ ଶେଷ ହୋଇଥିବା ବିଧାନସଭା ନିର୍ବାଚନ ଉପରେ ବିସ୍ତୃତ ଆଲୋଚନା ହୋଇଛି। ସିଡବ୍ଲ୍ୟୁସି ଦଳର ନିର୍ବାଚନୀ ପ୍ରଦର୍ଶନ ଏବଂ ସାଂଗଠନିକ ପ୍ରସଙ୍ଗକୁ ନେଇ ଆଭ୍ୟନ୍ତରୀଣ କମିଟି ଗଠନ କରିବାକୁ ନିଷ୍ପତ୍ତି ନେଇଥିଲା, ଯାହା ବ୍ଲକ ଏବଂ ଜିଲ୍ଲା ସ୍ତରରେ ଦଳର ସ୍ଥିତି ଆକଳନ କରିବ। ଏହା ସହିତ ବେଣୁଗୋପାଳ କହିଛନ୍ତି ଯେ ଆଗାମୀ ନିର୍ବାଚନ ପାଇଁ ଦଳର ରଣନୀତି ଏବଂ ସାଂଗଠନିକ ପ୍ରସ୍ତୁତିକୁ ସୁଦୃଢ଼ କରିବା ପାଇଁ ଆବଶ୍ୟକ ପଦକ୍ଷେପ ନେବାକୁ ସିଡବ୍ଲ୍ୟୁସି ସଂକଳ୍ପ ନେଇଛି।