ବାଲେଶ୍ବର: ବାଲେଶ୍ବର ପୀଡ଼ିତାଙ୍କ ମୃତ୍ୟୁ ପରେ ଏବେ ଏହି ଚର୍ଚ୍ଚା ଜାତୀୟ ସ୍ତରରେ ହେଉଛି। ଏହାକୁ ନେଇ ଏକ ଏକ୍ସ ପୋଷ୍ଟ୍ କରିଛନ୍ତି ଭାରତୀୟ ଜାତୀୟ କଂଗ୍ରେସ ଦଳର ପ୍ରମୁଖ ସଦସ୍ୟା ପ୍ରିୟଙ୍କା ଗାନ୍ଧୀ ଭଦ୍ରା।
ସେ ତାଙ୍କ ପୋଷ୍ଟ୍ରେ ଲେଖିଛନ୍ତି, ‘‘ ନ୍ୟାୟ ପାଇଁ ଲଢ଼ିବା ସମୟରେ ଓଡ଼ିଶାର ଆଉ ଏକ ଝିଅ ପ୍ରାଣ ହରାଇଲା। ସେ ତାଙ୍କ ଉପରେ ହୋଇଥିବା ଅତ୍ୟାଚାର ବିରୋଧରେ ସ୍ୱର ଉଠାଇଲେ। କିନ୍ତୁ ନ୍ୟାୟ ପାଇବା ପରିବର୍ତ୍ତେ ତାଙ୍କୁ ଅପମାନ ଏବଂ ନିର୍ଯାତନା ଦିଆଗଲା। ଏହି ଦୁଇଗୁଣ ଅତ୍ୟାଚାର ତାଙ୍କୁ ଆତ୍ମହତ୍ୟା କରିବାକୁ ବାଧ୍ୟ କଲା।
ଦିଲ୍ଲୀରୁ ୟୁପି, ମଣିପୁରରୁ ଓଡ଼ିଶା ପର୍ଯ୍ୟନ୍ତ ବିଜେପିର କେବଳ ଗୋଟିଏ ନିୟମ ଅଛି କି? ଅଭିଯୁକ୍ତଙ୍କ ସହିତ ଠିଆ ହେବା, ପୀଡିତାଙ୍କୁ ହଇରାଣ କରିବା ଏବଂ ନ୍ୟାୟରେ ବାଧା ସୃଷ୍ଟି କରିବା? ପ୍ରଧାନମନ୍ତ୍ରୀ, ଦେଶର ଅଧା ଜନସଂଖ୍ୟା କ’ଣ ଏବେ ନ୍ୟାୟର ଆଶା ଛାଡିଦେବା ଉଚିତ?’’
ओडिशा में एक और बेटी न्याय के लिए लड़ते हुए हार गई। अपने साथ हुए अत्याचार को लेकर उसने आवाज उठाई लेकिन न्याय मिलने की जगह मिला अपमान और प्रताड़ना। इस दोहरे अत्याचार ने उसे ख़ुदकुशी के लिए मजबूर कर दिया।
— Priyanka Gandhi Vadra (@priyankagandhi) July 15, 2025
क्या दिल्ली से लेकर यूपी तक, मणिपुर से लेकर ओडिशा तक, भाजपा का एक ही कायदा…
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/07/14/2025-07-14t130310706z-502487809_3832857453524870_6306522069312104664_n-2025-07-14-18-33-09.jpg)
/sambad/media/media_files/2025/07/16/new-project-5-2025-07-16-19-37-44.jpg)