ଇନ୍ଦୋର : କଂଗ୍ରେସ ସାଧାରଣ ସମ୍ପାଦିକା ପ୍ରିୟଙ୍କା ଗାନ୍ଧୀ ଗତକାଲି ମଧ୍ୟପ୍ରଦେଶରେ ନିର୍ବାଚନୀ ପ୍ରଚାର କରିଥିବାବେଳେ ଏକ ନିଆରା ଉଦାହରଣ ସୃଷ୍ଟି କରିଛନ୍ତି। ପ୍ରିୟଙ୍କା ଗାନ୍ଧୀଙ୍କ ଗାଡ଼ି ଗତକାଲି ମଧ୍ୟପ୍ରଦେଶର ଏକ ବ୍ୟସ୍ତବହୁଳ ରାସ୍ତାରେ ଯାଉଥିବା ସମୟରେ ହଠାତ୍ କିଛି ଲୋକ ‘ମୋଦୀ’, ‘ମୋଦୀ’ ସ୍ଲୋଗାନ୍ ଦେଇଥିଲେ। ତେବେ ଏହି ସମୟରେ ପ୍ରିୟଙ୍କା ତାଙ୍କ ଗାଡ଼ି ଅଟକାଇ ବିଜେପି ସମର୍ଥକଙ୍କ ନିକଟକୁ ଯାଇଥିଲେ ଏବଂ ସେମାନଙ୍କ ସହ ହାତ ମିଳାଇଥିଲେ। ପ୍ରିୟଙ୍କା ମଧ୍ୟ ସେମାନଙ୍କ ପାଇଁ ଶୁଭକାମନା କରି କହିଥିଲେ ଆପଣମାନେ ଆପଣଙ୍କ ଜାଗାରେ ଅଛନ୍ତି ମୁଁ ମୋ ଜାଗାରେ ଅଛି। ପ୍ରିୟଙ୍କାଙ୍କ ଏଭଳି କାର୍ଯ୍ୟରେ ବିଜେପି ସମର୍ଥକମାନେ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ। ଅନେକ ମଧ୍ୟ ପ୍ରିୟଙ୍କାଙ୍କୁ ଶୁଭେଚ୍ଛା ଜଣାଇଥିଲେ।
ମୋଦୀ ସମର୍ଥକଙ୍କ ସହ ହାତ ମିଳାଇଲେ ପ୍ରିୟଙ୍କା
/sambad/media/post_attachments/wp-content/uploads/2019/05/priyanka-gandhi-1.jpg)
/sambad/media/agency_attachments/2024-07-24t043029592z-sambad-original.webp)