ନୂଆଦିଲ୍ଲୀ: ହାଥ୍ରସ୍ର ଦୁଷ୍କର୍ମ ପୀଡ଼ିତାଙ୍କ ପରିବାର ଲୋକଙ୍କୁ ଭେଟିବା ଲାଗି ଶନିବାର ଦିନ ଉତ୍ତରପ୍ରଦେଶ ପ୍ରଶାସନ କଂଗ୍ରେସ ନେତା ରାହୁଲ୍ ଗାନ୍ଧୀ ଓ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କୁ ଅନୁମତି ପ୍ରଦାନ କରିଛି। ସେମାନଙ୍କ ସାଥୀରେ ଅନ୍ୟ ତିନିଜଣ କଂଗ୍ରେସ ନେତା ମଧ୍ୟ ଯିବେ। କେ ସି ବେଣୁଗୋପାଳ, ଅଧୀର ରଞ୍ଜନ ଚୌଧୁରୀ ଏବଂ ପିଏଲ୍ ପୁନିଆ ରାହୁଲ୍ ଓ ପ୍ରିୟଙ୍କାଙ୍କ ସହ ଯାଇପାରନ୍ତି ବୋଲି ଆଶା କରାଯାଉଛି ।
ଯିବା ପୂର୍ବରୁ ଆଜି ସକାଳେ ରାହୁଲ୍ ଗାନ୍ଧୀ ଟୁଇଟ୍ କରି ଲେଖିଥିଲେ: ଶୋକସନ୍ତପ୍ତ ପରିବାରକୁ ଭେଟି ସେମାନଙ୍କ ଦୁଃଖ ଶୁଣିବାକୁ ହାଥ୍ରସ୍ ଯିବା ଲାଗି ଦୁନିଆରେ କେହି ମତେ ଅଟକାଇ ପାରିବେ ନାହିଁ ।
/sambad/media/post_attachments/wp-content/uploads/2020/10/hathras-rahul.jpg)
ଆଜି ଅପରାହ୍ଣ ଦୁଇଟା ପରେ କଂଗ୍ରେସ ନେତା ରାହୁଲ୍ ଓ ପ୍ରିୟଙ୍କା ପୀଡ଼ିତାଙ୍କ ପରିବାରର ଲୋକମାନଙ୍କୁ ଭେଟିବାକୁ ସେମାନଙ୍କ ଗାଁ ଅଭିମୁଖେ ବାହାରିଥିଲେ। ଯିବା ସମୟରେ ପ୍ରିୟଙ୍କା କହିଥିଲେ, ଯଦି ଏଥର ଛଡ଼ା ନ ଯାଏ, ପୁଣି ଥରେ ଯିବାକୁ ଚେଷ୍ଟା କରିବି ।
ପ୍ରିୟଙ୍କା ନିଜେ କାର୍ ଚଳାଇ ହାଥ୍ରସ୍ ଅଭିମୁଖେ ଯାତ୍ରା କରୁଥିବା ବେଳେ ଅନେକ କଂଗ୍ରେସ ନେତା ଓ କର୍ମୀ ସ୍ଲୋଗାନ ଦେଇ ସେମାନଙ୍କ ପଛେ ପଛେ ଯାତ୍ରା କରୁଥିଲେ। ଏଥିଲାଗି ଦିଲ୍ଲୀ-ନଇଡ଼ା କରିଡର୍ରେ ବ୍ୟାପକ ପୁଲିସ ମୁତୟନ କରାଯିବା ସହ ଦିଲ୍ଲୀ-ଉତ୍ତରପ୍ରଦେଶ ସୀମାନ୍ତରେ ବେରିକେଡ୍ ବସାଯାଇଥିଲା ।
/sambad/media/post_attachments/wp-content/uploads/2020/10/rp-1.jpg)
ଏହାଛଡ଼ା, ଶଶୀ ଥରୁରଙ୍କ ସମେତ ପ୍ରାୟ ୩୫ଜଣ କଂଗ୍ରେସ ସାଂସଦ ଏକ ବସ୍ରେ ରାହୁଲ୍ ଓ ପ୍ରିୟଙ୍କାଙ୍କ ଦଳରେ ପୀଡ଼ିତାଙ୍କ ପରିବାରବର୍ଗଙ୍କୁ ଭେଟିବାକୁ ଯାଉଥିଲେ ।