ରାହୁଲଙ୍କ ପରେ ପ୍ରିୟଙ୍କାଙ୍କ ବୟାନ, ଅଣ-ଗାନ୍ଧୀ ପରିବାରର ସଦସ୍ୟ ବି ହୋଇପାରିବେ କଂଗ୍ରେସ ଅଧ୍ୟକ୍ଷ

ନୂଆଦିଲ୍ଲୀ: ଅଣ-ଗାନ୍ଧୀ ପରିବାରର ସଦସ୍ୟ ବି ହୋଇପାରିବେ କଂଗ୍ରେସ ଅଧ୍ୟକ୍ଷ । ପ୍ରଥମ ଥର ପାଇଁ ଗାନ୍ଧୀ ପରିବାର ବାହାରୁୁ ଜଣେ କଂଗ୍ରେସ ନେତୃତ୍ୱ ନେବା ସପକ୍ଷରେ ଯୁକ୍ତି ବାଢିଛନ୍ତି ପ୍ରିୟଙ୍କା ଗାନ୍ଧୀ । ସୂଚନା ଥାଉ କି ୨୦୧୯ ସାଧାରଣ ନିର୍ବାଚନରେ କଂଗ୍ରେସର ଶୋଚନୀୟ ପରାଜୟ ପରେ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇ, ଗାନ୍ଧୀ ପରିବାର ବାହାରୁ ଜଣଙ୍କୁ କଂଗ୍ରେସର ଦାୟିତ୍ୱ ଦେବା ପାଇଁ ଦାବି କରିଥିଲେ ରାହୁଲ ଗାନ୍ଧୀ । ଏବେ ସମାନ ସ୍ୱରରେ ପ୍ରିୟଙ୍କା ଗାନ୍ଧୀଙ୍କ ଏକ ମନ୍ତବ୍ୟ ରାଜନୈତିକ ଚର୍ଚ୍ଚାର ବିଷୟବସ୍ତୁ ପାଲଟିଛି ।

କଂଗ୍ରେସର ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଏକ ପୁସ୍ତକକୁ ଦେଇଥିବା ସାକ୍ଷାତକାରରେ କହିଛନ୍ତି ଯେ ସେ ନିକଟ ଭବିଷ୍ୟତରେ ଦଳର ସଭାପତି ହେବାର ନାହିଁ | ସେ ଦଳର ନେତୃତ୍ୱ ନେବେ କି ବୋଲି ପ୍ରିୟଙ୍କାଙ୍କୁ ପଚରାଯାଇଥିଲା। ଏହା ଉପରେ ସେ ମନା କରିଦେଇଥିଲେ ଓ କହିଥିଲେ ଯେ ସେ ଉତ୍ତରପ୍ରଦେଶରେ ଦଳକୁ ମଜବୁତ କରିବା ଉପରେ ଧ୍ୟାନ ଦେବେ |

ପ୍ରିୟଙ୍କା କହିଛନ୍ତି ଯେ ଯଦି କେହି ଅଣ-ଗାନ୍ଧୀ ପରିବାରର କଂଗ୍ରେସ ସଭାପତି ହୁଅନ୍ତି, ତା’ହେଲେ ତାଙ୍କ ସହ କାମ କରିବାରେ କୌଣସି ଅସୁବିଧା ହେବ ନାହିଁ। ସେ କହିଛନ୍ତି ଯେ ରାହୁଲ ଗାନ୍ଧୀଙ୍କ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେବା ଏବଂ ଗାନ୍ଧୀ ପରିବାର ବ୍ୟତୀତ ଅନ୍ୟ କାହାକୁ ନିଯୁକ୍ତ କରିବାର ପରାମର୍ଶକୁ ତାଙ୍କ ପରିବାର ସମ୍ମାନ କରନ୍ତି।

ସମ୍ବନ୍ଧିତ ଖବର