ଉତ୍ତରପ୍ରଦେଶରେ କେଉଁ ଦଳ ସହ ମେଣ୍ଟ କରିବ କଂଗ୍ରେସ? ପ୍ରିୟଙ୍କା କଲେ ଖୁଲାସା

ନୂଆଦିଲ୍ଲୀ: କଂଗ୍ରେସର ଭାବମୂର୍ତ୍ତି ସୁଧାରିବାକୁ ଲାଗିପଡିଥିବା ଦଳର ମହାସଚିବ ପ୍ରିୟଙ୍କା ଗାନ୍ଧୀ ରବିବାର ଦିନ ବୁଲନ୍ଦସହରରୁ ପ୍ରତିଜ୍ଞା ସମ୍ମିଳନୀ ଆରମ୍ଭ କରିଛନ୍ତି। ପ୍ରିୟଙ୍କା ଗାନ୍ଧୀ କହିଛନ୍ତି ଯେ ଆଗାମୀ ବିଧାନସଭା ନିର୍ବାଚନ ପାଇଁ କୌଣସି ଦଳ ସହ ମେଣ୍ଟ ନକରିବାକୁ ଦଳର ଅନେକ କର୍ମୀ ମୋତେ କହିଛନ୍ତି। ମୁଁ ଆପଣ ସମସ୍ତଙ୍କୁ ନିଶ୍ଚିତ କରିବାକୁ ଚାହୁଁଛି ଯେ ଆମେ ସବୁ ଆସନରେ ଲଢ଼ିବା ଏବଂ ଏକାକୀ ଲଢ଼ିବା । ଅର୍ଥାତ ପ୍ରିୟଙ୍କା ଆଜି ସ୍ପଷ୍ଟ କରି କହିଛନ୍ତି ଯେ, ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନରେ କଂଗ୍ରେସ କୌଣସି ଦଳ ସହ ମେଣ୍ଟ କରିବ ନାହିଁ |

ପ୍ରିୟଙ୍କା ଗାନ୍ଧୀ କହିଛନ୍ତି ଯେ ଯୋଗୀ ରାଜରେ ମହିଳା ଏବଂ ଗରିବଙ୍କ ଉପରେ ଅତ୍ୟାଚାର ବୃଦ୍ଧି ପାଇଛି। ଗୋରଖପୁରର ପ୍ରତିଶ୍ରୁତି ଦୋହରାଇ ପ୍ରିୟଙ୍କା ଗାନ୍ଧୀ କହିଛନ୍ତି ଯେ ଯଦି କଂଗ୍ରେସ ସରକାର ଗଠନ ହୁଏ ତେବେ ମହିଳା ସୁରକ୍ଷା ଏବଂ ଯୁବକମାନଙ୍କୁ ନିଯୁକ୍ତି ଯୋଗାଇ ଦିଆଯିବ। ପ୍ରିୟଙ୍କା ଗାନ୍ଧୀ କହିଛନ୍ତି, ଗାନ୍ଧୀ ଜୀ, ନେହେରୁ ଜୀ, ସର୍ଦ୍ଦାର ପଟେଲ ଏବଂ ବାବାସାହେବ ସ୍ୱାଧୀନତା ପାଇଁ ବଳିଦାନ ଦେଇଛନ୍ତି, କିନ୍ତୁ ବିଜେପିର ନେତୃତ୍ୱ ସ୍ୱାଧୀନତାର ଅର୍ଥ ଜାଣି ନାହିଁ। ଆଜି କେବଳ କିଛି ଲୋକଙ୍କର ସ୍ୱାଧୀନତା ଅଛି | ହାଥରସ ଘଟଣା ସମ୍ପର୍କରେ ସେ କହିଛନ୍ତି, ପୀଡ଼ିତାଙ୍କ ପରିବାରକୁ ସେତିକି ବି ସ୍ୱାଧୀନତା ମିଳିନଥିଲା ଯେ ସେମାନେ ଶେଷ ରୀତିନୀତି କରିପାରିବେ |

ମୁଦ୍ରାସ୍ଫୀତି ଉପରେ ପ୍ରିୟଙ୍କା ଗାନ୍ଧୀ ମଧ୍ୟ ବିଜେପି ସରକାରକୁ ଘେରିଥିଲେ। ସେ କହିଛନ୍ତି, ୭୦ ବର୍ଷ ମଧ୍ୟରେ ପେଟ୍ରୋଲର ମୂଲ୍ୟ ୭୦ ଟଙ୍କା ପହଞ୍ଚିଥିଲା। ଗତ ସାତ ବର୍ଷରେ ପେଟ୍ରୋଲ ୧୦୦ ଟଙ୍କା ହୋଇଥିବାବେଳେ ଗ୍ୟାସ ଏବଂ ଡିଜେଲର ମୂଲ୍ୟ କ୍ରମାଗତ ଭାବେ ବୃଦ୍ଧି ପାଉଛି |

ସମ୍ବନ୍ଧିତ ଖବର