ନୂଆଦିଲ୍ଲୀ: ନିର୍ବାଚନ ରଣନୀତିଜ୍ଞ ପ୍ରଶାନ୍ତ କିଶୋର କଂଗ୍ରେସରେ କାହିଁକି ମିଶିଲେନାହିଁ ସେବାବଦରେ ଆଜି ବିସ୍ତୃତ ଭାବେ ବଖାଣିଛନ୍ତି କଂଗ୍ରେସର ସାଧାରଣ ସମ୍ପାଦିକା ପ୍ରିୟଙ୍କା ଗାନ୍ଧୀ ଭଦ୍ରା | ସେ ଶୁକ୍ରବାର ଦିନ ସ୍ୱୀକାର କରିଛନ୍ତି ଯେ ନିର୍ବାଚନ ରଣନୀତିଜ୍ଞ ପ୍ରଶାନ୍ତ କିଶୋର ଗତ ବର୍ଷ କଂଗ୍ରେସରେ ଯୋଗଦେବାର ସମ୍ଭାବନା ଥିଲା କିନ୍ତୁ ତାହା ହୋଇ ପାରି ନଥିଲା। ପ୍ରିୟଙ୍କା ଏକ ସାକ୍ଷାତକାରରେ କହିଛନ୍ତି ଯେ ସେ କଂଗ୍ରେସରେ ନ ମିଶିବାର ଅନେକ କାରଣ ଅଛି | ମୁଁ ଭାବୁଛି ଗୋଟିଏ ନୁହେଁ, ଏକାଧିକ କାରଣରୁ ଏହା ହୋଇପାରି ନଥିଲା | କିଛି ତାଙ୍କ ପଟରୁ ଓ କିଛି ଆମ ପଟୁ ଅସୁବିଧା ରହିଗଲା। ମୁଁ ଏହାର ସବିଶେଷ ତଥ୍ୟ ଦେବାକୁ ଯିବାକୁ ଚାହେଁ ନାହିଁ | ମୋଟାମୋଟି ଭାବେ କହିବାକୁ ଗଲେ, ଏହା କେତେକ ନିର୍ଦ୍ଦିଷ୍ଟ ପ୍ରସଙ୍ଗରେ ସେ ସହମତ ହେବାକୁ ଅସମର୍ଥ ହେଲେ ଯାହା ଆଲୋଚନାର ଅଗ୍ରଗତିରେ ବାଧା ସୃଷ୍ଟି କଲା।

Advertisment

କଂଗ୍ରେସକୁ ଜଣେ “ବାହାର ଲୋକ” ଆଣିବାକୁ ତାଙ୍କର ଅନିଚ୍ଛା ସହିତ ଏହାର କୌଣସି ସମ୍ପର୍କ ନାହିଁ ବୋଲି ପ୍ରିୟଙ୍କା କହିଛନ୍ତି। ସେ କହିଛନ୍ତି, 'ଯଦି ଏପରି ହୋଇଥାନ୍ତା, ତେବେ ଏତେ ଆଲୋଚନା ହୋଇ ନଥାନ୍ତା। ପ୍ରିୟଙ୍କା ସ୍ୱୀକାର କରିଛନ୍ତି ଯେ ପ୍ରଶାନ୍ତ କିଶୋର କଂଗ୍ରେସରେ ଯୋଗଦେବା ସମ୍ଭାବନା ଥିଲା, କିନ୍ତୁ କିଛି କାରଣ ହେତୁ ଏହା ହୋଇପାରିନଥିଲା।

ସୂଚନା ଥାଉ କି ଗତ ବର୍ଷ ସୋନିଆ ଗାନ୍ଧୀ, ରାହୁଲ ଗାନ୍ଧୀ ଏବଂ ପ୍ରିୟଙ୍କା ଗାନ୍ଧୀଙ୍କ ସହ ପ୍ରଶାନ୍ତ କିଶୋରଙ୍କର ଅନେକ ରାଉଣ୍ଡ ଆଲୋଚନା ହୋଇଥିଲା ଏବଂ ରାହୁଲ ଗାନ୍ଧୀଙ୍କ ଘରକୁ ଯାଉଥିବା ଫଟୋ ପ୍ରକାଶ ପରେ  କଳ୍ପନାଜଳ୍ପନା ଆରମ୍ଭ ହୋଇଥିଲା। ପରେ ସେ ସର୍ବସାଧାରଣରେ କହିଥିଲେ କି ଗତ ୧୦ ବର୍ଷ ଭିତରେ କଂଗ୍ରେସ ୯୦% ନିର୍ବାଚନରେ ​​ହାରିଛି | ରାହୁଲ ଗାନ୍ଧୀଙ୍କୁ ଟାର୍ଗେଟ କରି ପ୍ରଶାନ୍ତ କିଶୋର ଏହା ମଧ୍ୟ କହିଥିଲେ ଯେ ଏବେ କିଛି ଦଶନ୍ଧି ଧରି ବିଜେପି କ୍ଷମତାରୁ ଯିବ ନାହିଁ ଏବଂ ରାହୁଲ ଗାନ୍ଧୀଙ୍କ ସମସ୍ୟା ହେଉଛି ଯେ ସେ ଏହା ବୁଝି ପାରୁ ନାହାନ୍ତି।