ଧାରା ୩୭୦ ହଟାଯିବା ଅସାମ୍ବିଧାନିକ: ପ୍ରିୟଙ୍କା

ଲକ୍ଷ୍ନୌ : ଜମ୍ମୁ କଶ୍ମୀରକୁ ସ୍ବତନ୍ତ୍ର ମାନ୍ୟତା ପ୍ରତ୍ୟାହାର ପରେ ଆଜି କଂଗ୍ରେସ ସାଧାରଣ ସମ୍ପାଦିକା ପ୍ରିୟଙ୍କା ଗାନ୍ଧୀ ପ୍ରଥମ ଥର ପାଇଁ ଏହି ମାମଲା‌ରେ ମୁହଁ‌ ଖୋଲିଛନ୍ତି। ପ୍ରିୟଙ୍କା କହିଛନ୍ତି, ଯେଉଁ ଢଙ୍ଗରେ ଧାରା ୩୭୦ ଉଚ୍ଛେଦ କରାଯାଇଛି ତାହା ସମ୍ପୂର୍ଣ୍ଣ ଅସାମ୍ବିଧାନିକ। ଆଜି ଉତ୍ତରପ୍ରଦେଶର ସୋନଭଦ୍ରା ଗସ୍ତରେ ଥିବା ପ୍ରିୟଙ୍କା ସାମ୍ବାଦିକମାନଙ୍କୁ କହିଛନ୍ତି, ଜମ୍ମୁ କଶ୍ମୀରରେ ଏନ୍‌ଡିଏ ସରକାରଙ୍କ ଦ୍ବାରା ଯେଉଁ ପଦ‌କ୍ଷେପ ନିଆଯାଇଛି ତାହା ଗଣତନ୍ତ୍ରର ସମସ୍ତ ନୀତିର ବିରୁଦ୍ଧାଚରଣ କରୁଛି।

ସମ୍ବନ୍ଧିତ ଖବର