କୋଲକାତା: ପଶ୍ଚିମବଙ୍ଗର ଭବାନୀପୁର ବିଧାନସଭା ଆସନରେ ଉପ-ନିର୍ବାଚନ ହେବାକୁ ଯାଉଛି । ଏଠାରେ ତୃଣମୂଳ କଂଗ୍ରେସ ପକ୍ଷରୁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଓ ଭାରତୀୟ ଜନତା ପାର୍ଟି (ବିଜେପି) ର ପ୍ରିୟଙ୍କା ତିବ୍ରିୱାଲ ମୁହାଁମୁହିଁ ହୋଇଛନ୍ତି। ସେପ୍ଟେମ୍ବର ୩୦ରେ ମତଦାନ ଅନୁଷ୍ଠିତ ହେବ | ଏହାପୂର୍ବରୁ ବିଜେପି ମମତାଙ୍କ ନାମାଙ୍କନ ଉପରେ ପ୍ରଶ୍ନ ଉଠାଇଛି। ବିଜେପି କହିଛି ଯେ ନାମାଙ୍କନପତ୍ର ଦାଖଲ କରିବାବେଳେ ମମତା ତାଙ୍କ ବିରୋଧରେ ପଞ୍ଜୀକୃତ ହୋଇଥିବା ପାଞ୍ଚଟି ପୁଲିସ୍ ମାମଲା ପ୍ରକାଶ କରିନାହାଁନ୍ତି।
ଅନ୍ୟପଟେ ତୃଣମୂଳ କଂଗ୍ରେସ ଏହି ଅଭିଯୋଗକୁ ଅସ୍ୱୀକାର କରିଛି। ସୂଚନା ଥାଉ କି ଯେ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ​​ମମତା ନନ୍ଦିଗ୍ରାମ ଆସନରୁ ବିଜେପିର ଶୁଭେନ୍ଦୁ ଅଧିକାରୀଙ୍କଠାରୁ ପରାସ୍ତ ହୋଇଥିଲେ | ଆଉ ମମତାଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ରହିବାକୁ ହେଲେ ଏହି ଉପନିର୍ବାଚନ ଜିତିବାକୁ ପଡିବ |
ବିଜେପି ପ୍ରାର୍ଥୀ ପ୍ରିୟଙ୍କା ତିବ୍ରିୱାଲ ଭବାନୀପୁରର ରିଟର୍ଣ୍ଣିଂ ଅଫିସରଙ୍କୁ ଚିଠି ଲେଖି ଜଣାଇଛନ୍ତି ଯେ ମମତା ବାନାର୍ଜୀଙ୍କ ବିରୋଧରେ ପାଞ୍ଚଟି ପୁଲିସ ମାମଲା ରୁଜୁ ହୋଇଛି ଏବଂ ସେ ଏହି ତଥ୍ୟ ପ୍ରକାଶ କରିନାହାଁନ୍ତି | ତେଣୁ ତାଙ୍କ ନାମାଙ୍କନକୁ ନାକଚ କରାଯାଉ | ସୂଚନା ଥାଉ କି ଯେ ମମତା ବାନାର୍ଜୀଙ୍କ ବିରୋଧରେ ଏହି ପାଞ୍ଚଟି ମାମଲା ଆସାମରେ ପଞ୍ଜିକୃତ ହୋଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/09/Mamata-vs-Priyanka.jpg)