ଲକ୍ଷ୍ନୌ : କଂଗ୍ରେସ ସାଧାରଣ ସଂପାଦିକା ପ୍ରିୟଙ୍କା ଗାନ୍ଧି ଭଦ୍ରା ଏବେ ଉତ୍ତରପ୍ରଦେଶ ପ୍ରଭାରୀ ଦାୟିତ୍ବ ତୁଲାଉଥିବା ବେଳେ ତାଙ୍କୁ ଦଳର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କରାଯିବାକୁ ରାଜ୍ୟ ନେତାମାନେ ଜୋର୍ଦାର ଦାବି ଉଠାଇଛନ୍ତି। ୟୁପିର ଆଗଧାଡ଼ିର କଂଗ୍ରେସ ନେତାମାନେ ଦଳ ହାଇକମାଣ୍ଡ୍ଙ୍କ ପାଖରେ ସେମାନଙ୍କ ଦାବି ଉପସ୍ଥାପନ କରିଛନ୍ତି ଏବଂ ଏ ସଂକ୍ରାନ୍ତରେ ଦଳର ଅନୁମୋଦନକୁ ଅପେକ୍ଷା କରାଯାଇଛି। ରାଜ୍ୟରେ କଂଗ୍ରେସ ସଂଗଠନକୁ ଅଧିକ ଶକ୍ତିଶାଳୀ କରିବା ଏବଂ ଦଳକୁ କ୍ଷମତାକୁ ଆଣିବାକୁ ହେଲେ ପ୍ରିୟଙ୍କାଙ୍କୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରିବାକୁ ହେବ ବୋଲି ରାଜ୍ୟ ନେତାମାନେ ଯୁକ୍ତି ବାଢ଼ିଛନ୍ତି।
୨୦୧୯ ଲୋକସଭା ନିର୍ବାଚନରେ ପ୍ରିୟଙ୍କା ପୂର୍ବାଞ୍ଚଳ ଦାୟିତ୍ବରେ ଥିଲେ ଏବଂ ଦଳର ପରାଜୟ ସତ୍ତ୍ବେ ସେଠାରେ କଂଗ୍ରେସ କର୍ମୀମାନେ ଅଧିକ ସଂଗଠିତ ହୋଇଥିବା ଦେଖାଯାଇଥିଲା। ପ୍ରିୟଙ୍କାଙ୍କ ତତ୍ତ୍ବାବଧାନରେ ରାଜ୍ୟର ନୂଆ କଂଗ୍ରେସ କମିଟି, ଯୁବ କଂଗ୍ରେସ କମିଟି, ମହିଳା କଂଗ୍ରେସ କମିଟି ଏବଂ ଅନ୍ୟ ସାଂଗଠନିକ କମିଟି ଗଠନ ହୋଇଥିଲା। ଏବେ ହାଥ୍ରାସ ଗଣଦୁଷ୍କର୍ମ ମାମଲାରେ ଉଭୟ ପ୍ରିୟଙ୍କା ଏବଂ ରାହୁଲ ଗାନ୍ଧି ସରକାରଙ୍କ ବିରୋଧରେ ଯେଭଳି ଆକ୍ରମଣାତ୍ମକ ଭୂମିକାରେ ଅବତୀର୍ଣ୍ଣ ହୋଇଛନ୍ତି ତାହା ୟୁପି ରାଜନୀତି ପାଇଁ ସେମାନଙ୍କ ନୂଆ ରଣନୀତି ବୋଲି ମଧ୍ୟ କୁହାଯାଉଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/02/priyanka-gandhi-lucknow-pti281219.jpg)