ନୂଆଦିଲ୍ଲୀ: କଂଗ୍ରେସ ସାଧାରଣ ସମ୍ପାଦିକା ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଆଜି ଲୋକସଭା ସାଂସଦ ଭାବେ ଶପଥ ନେଇଛନ୍ତି। କେରଳର କସାବୁ ଶାଢ଼ି ପିନ୍ଧି ୫୨ ବର୍ଷୀୟା ପ୍ରିୟଙ୍କା ଆଜି ହାତରେ ସମ୍ବିଧାନର ଏକ କପି ଧରି ୱାୟନାଡ଼ ସାଂସଦ ଭାବେ ଶପଥ ଗ୍ରହଣ କରିଛନ୍ତି। ଲୋକସଭାରେ ଆଜି ପ୍ରିୟଙ୍କାଙ୍କ ସହ କଂଗ୍ରେସ ନେତା ରବିନ୍ଦ୍ର ବସନ୍ତରାଓ ଚହ୍ବାନ ମଧ୍ୟ ସଂସଦ ସଦସ୍ୟ ଭାବେ ଶପଥ ନେଇଛନ୍ତି। ପ୍ରିୟଙ୍କା ସଂସଦ ସଦସ୍ୟ ହେବାପରେ ପ୍ରଥମ ଥର ପାଇଁ ଗାନ୍ଧୀ ପରିବାରର ସମସ୍ତ ସଦସ୍ୟଙ୍କୁ ସଂସଦରେ ଦେଖିବାକୁ ମିଳିଛି। ନିଜ ଜେଜେମା’ ତଥା ଦେଶର ୩ ଥର ପ୍ରଧାନମନ୍ତ୍ରୀ ହୋଇଥିବା ଇନ୍ଦିରା ଗାନ୍ଧୀଙ୍କୁ ଅନୁକରଣ କରି ପ୍ରିୟଙ୍କା ପାରମ୍ପରିକ ପରିଧାନରେ ସଂସଦ ପହଞ୍ଚିଥିଲେ। ପ୍ରିୟଙ୍କାଙ୍କ ଶପଥ ଗ୍ରହଣ ପାଇଁ ଆଜି ତାଙ୍କ ମା’ ସୋନିଆ ଗାନ୍ଧୀ, ଭାଇ ରାହୁଲ ଗାନ୍ଧୀ, ପ୍ରିୟଙ୍କାଙ୍କ ୨ ପୁଅ ଏବଂ ଝିଅ ରେହାନ ଭଦ୍ରା, ମିରାୟା ଭଦ୍ରା, ସ୍ବାମୀ ରବର୍ଟ ଭଦ୍ରା ସଂସଦ ଆସିଥିଲେ। ଉଲ୍ଲେଖଯୋଗ୍ୟ. ପ୍ରିୟଙ୍କା ଗାନ୍ଧୀ ଭଦ୍ରା ୱାୟନାଡ଼ ଲୋକସଭା ଆସନରୁ ୪,୧୦,୯୩୧ ଭୋଟ୍ ବ୍ୟବଧାନରେ ନିର୍ବାଚନ ଜିତିଥିଲେ।
ଲୋକସଭା ସାଂସଦ ଭାବେ ଶପଥ ନେଲେ ପ୍ରିୟଙ୍କା: ପ୍ରଥମ ଥର ପାଇଁ ପୂରା ଗାନ୍ଧୀ ପରିବାର ସଂସଦରେ
କଂଗ୍ରେସ ସାଧାରଣ ସମ୍ପାଦିକା ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଆଜି ଲୋକସଭା ସାଂସଦ ଭାବେ ଶପଥ ନେଇଛନ୍ତି। କେରଳର କସାବୁ ଶାଢ଼ି ପିନ୍ଧି ୫୨ ବର୍ଷୀୟା ପ୍ରିୟଙ୍କା ଆଜି ହାତରେ ସମ୍ବିଧାନର ଏକ କପି ଧରି ୱାୟନାଡ଼...
/sambad/media/media_files/2024/11/24/XoNWJseYVzMJE8Qfx6vV.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)