ଗାନ୍ଧୀ ପରିବାରର ଅଲିଅଳି କନ୍ୟା ପ୍ରିୟଙ୍କା ଭଦ୍ରା ନିଖୋଜ !

ରାଇବରେଲି: ଗାନ୍ଧୀ ପରିବାରର ଅଲିଅଳି କନ୍ୟା ପ୍ରିୟଙ୍କା ଭଦ୍ରା ନିଖୋଜ ! ବୋଲି ଶୀର୍ଷକ ପଢ଼ି ଆପଣ ଆଚମ୍ବିତ ହୋଇଯିବେଣି। ତେବେ ଏହି କଥା ଆମେ କହୁ ନାହୁଁ, ଉତ୍ତର ପ୍ରଦେଶ ରାଇବରେଲିରେ ସାଂସଦ ପ୍ରିୟଙ୍କା ଭଦ୍ରା ନିଖୋଜ ଥିବା ନେଇ କାନ୍ଥବାଡରେ ପୋଷ୍ଟର ମରାଯିବା ସହିତ ସେଥିରେ ପ୍ରିୟଙ୍କାକୁ ଇମୋସନାଲ ବ୍ଲାକ୍‌ମେଲର ବୋଲି କୁହାଯାଇଥିବା ଦେଖିବାକୁ ମିଳିଛି। ହରଚନ୍ଦପୁରରେ ନିକଟରେ ହୋଇଥିବା ରେଳ ଦୁର୍ଘଟଣା ଓ ବସ୍‌ ଦୁର୍ଘଟଣା ଭଳି ପରିସ୍ଥିତିରେ ସାମିଲ ନହେବା ନେଇ ପୋଷ୍ଟ ଜରିଆରେ ପ୍ରିୟଙ୍କାଙ୍କୁ ନେଇ ଅସନ୍ତୋଷ ବ୍ୟକ୍ତ କରାଯାଇଛି। ତେବେ ଦୁର୍ଘଟଣା ଭଳି ପରିସ୍ଥିତିରେ ତ ସାମିଲ ହେଲେନାହିଁ ନବରାତ୍ରୀ ଓ ଦଶହରାରେ ବି ଦେଖିବାକୁ ମିଳିଲା ନାହିଁ, କ’ଣ ତାଙ୍କୁ ଇଦ୍‌ରେ ଦେଖିବାକୁ ମିଳିବ ବୋଲି ପ୍ରଶ୍ନ କରାଯାଇଛି।

ତେବେ ରାଜ୍ୟର ତ୍ରିପୁଲା, ହରଦାସପୁର ଓ ସେମାରୀର ଅନେକ ସ୍ଥାନରେ ପ୍ରିୟଙ୍କାଙ୍କ ଏପରି ଅନେକ ପୋଷ୍ଟର ଦେଖିବାକୁ ମିଳିଛି। ରାଇବରେଲି ନିର୍ବାଚନ ମଣ୍ଡଳୀ ସେ ଦୀର୍ଘଦିନରୁ ଗସ୍ତ କରିନାହାନ୍ତି। କେବଳ ମା ସୋନିଆ ଗାନ୍ଧୀଙ୍କ ନିର୍ବାଚନ ପ୍ରଚାର ସମୟରେ ପ୍ରିୟଙ୍କା ଦେଖିବାକୁ ମିଳନ୍ତି। ସେ ରାଜ୍ୟବାସୀଙ୍କ ଦୁଃଖସୁଖରେ ଛିଡା ହେବା ପରିବର୍ତ୍ତେ କେବଳ ଭୋଟ ଆଶାରେ ନିର୍ବାଚନ ମଣ୍ଡଳିଗସ୍ତ କରନ୍ତି ବୋଲି ଲେଖା ଥିବା ଦେଖିବାକୁ ମିଳିଛି। ତାଙ୍କ ଅନୁପସ୍ଥିତି ମାନବିକତାର ଚିତ୍ରକୁ ପଦାରେ ପକାଇଥିବା ମରା ଯାଇଥିବା ପୋଷ୍ଟରରେ ଉଲ୍ଲେଖ ହୋଇଛି।

ସମ୍ବନ୍ଧିତ ଖବର