ନୂଆଦିଲ୍ଲୀ : ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲ ଆଜି କଂଗ୍ରେସ ସାଧାରଣ ସମ୍ପାଦିକା ପ୍ରିୟଙ୍କା ଗାନ୍ଧିଙ୍କୁ ଭେଟିବାପାଇଁ ସୀତାପୁର ଅଭିମୁଖେ ବାହାରିଥିଲେ। ବାଘେଲ ଲକ୍ଷ୍ନୌ ବିମାନବନ୍ଦରରେ ପହଞ୍ଚିବାପରେ ତାଙ୍କୁ ବିମାନବନ୍ଦର ବାହାରକୁ ଯିବାପାଇଁ ଅନୁମତି ମିଳିଲାନି। ସେ ଛତିଶଗଡ଼ ଫେରି ଆସିଛନ୍ତି। ଛତିଶଗଡ଼ ଫେରିବା ପୁର୍ବରୁ ବାଘେଲ ଏକ ସାମ୍ବାଦିକ ସମ୍ମିଳନୀ କରିଥିଲେ। ବାଘେଲ କହିଛନ୍ତି, ଏହା ଅତ୍ୟନ୍ତ ଅପ୍ରତ୍ୟାଶିତ ଯେ, ଜଣେ ମୁଖ୍ୟମନ୍ତ୍ରୀଙ୍କୁ ଏକ ସହର ଗସ୍ତ କରିବାପାଇଁ ଅନୁମତି ମିଳୁନି। ତାଙ୍କୁ କୁହାଯାଇଛି, ଲଖିମପୁରରେ ୧୪୪ ଜାରି ହୋଇଛି। ବାଘେଲ କହିଛନ୍ତି, ଯଦି ୧୪୪ ଜାରି ହୋଇଛି ତେବେ ପ୍ରଧାନମନ୍ତ୍ରୀ ଆଜି ଲକ୍ଷ୍ନୌରେ କିଭଳି କାର୍ଯ୍ୟକ୍ରମ କରୁଛନ୍ତି। ବାଘେଲ ଛତିଶଗଡ଼ ଫେରି ଆସିଛନ୍ତି। ମିଳିଥିବା ସୂଚନାନୁଯାୟୀ ଛତିଶଗଡ଼ ମୁଖ୍ୟମନ୍ତ୍ରୀଙ୍କୁ ଲକ୍ଷ୍ନୌ ବିମାନବନ୍ଦରରୁ ବାହାରକୁ ଯିବାର ଅନୁମତି ନମିଳିବାରୁ ସେ ବିମାନବନ୍ଦରରେ ଧାରଣାରେ ବସିଥିଲେ।