ଲକ୍ଷ୍ନୌ : ଉତ୍ତରପ୍ରଦେଶରେ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନର ଅବ୍ୟବହିତ ପୂର୍ବରୁ କଂଗ୍ରେସ ସାଧାରଣ ସମ୍ପାଦିକା ପ୍ରିୟଙ୍କା ଗାନ୍ଧି ଆଜି ଲକ୍ଷ୍ନୌରେ ରୋଡ୍ ସୋ’ କରିଛନ୍ତି। ପ୍ରିୟଙ୍କା କହିଛନ୍ତି, କେଉଁମାନେ ବିଭାଜନକାରୀ ରାଜନୀତି କରୁଛନ୍ତି ତାହା ଲୋକ ଭଲଭାବେ ଜାଣନ୍ତି। ଲୋକମାନଙ୍କର ଅନେକ ସମସ୍ୟା ରହିଛି। ତେଣୁ ପ୍ରସଙ୍ଗକୁ ନେଇ ଭୋଟ୍ ଦେବାପାଇଁ ସେ ଭୋଟରଙ୍କୁ ଅନୁରୋଧ କରିଛନ୍ତି। କଂଗ୍ରେସ ଏବଂ ସମାଜବାଦୀ ପାର୍ଟି ଆତଙ୍କବାଦୀଙ୍କ ପ୍ରତି ଦୟାଳୁ ବୋଲି ନିକଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଇଥିବା ଟିପ୍ପଣୀକୁ ପ୍ରିୟଙ୍କା ସମାଲୋଚନା କରିଛନ୍ତି। ମୋଦୀ ଭଲଭାବେ ଜାଣିଛନ୍ତି ଯେ ଏହା ସତ ନୁହେଁ। କିନ୍ତୁ କେବଳ ନିର୍ବାଚନ ପାଇଁ ସେ ଏସବୁ କହୁଛନ୍ତି ବୋଲି ପ୍ରିୟଙ୍କା କହିଛନ୍ତି।
ଲକ୍ଷ୍ନୌରେ ପ୍ରିୟଙ୍କାଙ୍କ ‘ରୋଡ୍ସୋ’
/sambad/media/post_attachments/wp-content/uploads/2022/02/up.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)