ଇସ୍ଲାମାବାଦକୁ ଅଚଳ କରିଦେଇଛନ୍ତି ଇମ୍ରାନଙ୍କ ସମର୍ଥକ

ଇସ୍ଲାମାବାଦ : ଗତ ସପ୍ତାହରେ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁଙ୍କ ଉପରେ ହୋଇଥିବା ଗୁଳିମାଡ଼କୁ ନେଇ ପାକିସ୍ତାନରେ ରାଜନୈତିକ ଅସ୍ଥିରତା ଓ ଆନ୍ଦୋଳନ ଜାରି ରହିଛି । ଇମ୍ରାନଙ୍କ ଦଳ ପାକିସ୍ତାନ ତେହରିକ-ଏ ଇନସାଫର କର୍ମୀମାନେ ରାଜଧାନ ଇସ୍ଲାମାବାଦ, ଲାହୋର, କରାଚୀ ଆଦି ସହରରେ ପ୍ରବଳ ବିକ୍ଷୋଭ କରୁଛନ୍ତି । ଇସ୍ଲାବାମାଦକୁ ଏହି ବିକ୍ଷୋଭକାରୀମାନେ ଏକରକମ ଅଚଳ କରିଦେଇଚନ୍ତି । ସହରକୁ ଆସୁଥିବା ମୁଖ୍ୟ ରାସ୍ତାଗୁଡ଼ିକୁ ଆନ୍ଦୋଳକାରୀମାନେ ବନ୍ଦ କରିଦେଇଛନ୍ତି ।  ବିଶେଷକରି ଏୟାରପୋର୍ଟ ଓ ସହରକୁ ସଂଯୋଗ କରୁଥିବା ରାସ୍ତା ବନ୍ଦ ହୋଇଯାଇଛି । ଏହା ଫଳରେ ସାଧାରଣ ଲୋକେ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି ।

ଏହି ଗୁଳିକାଣ୍ଡ ଘଟଣାର ନିରପେକ୍ଷ ତଦନ୍ତ ପାଇଁ ସେମାନେ ଦାବି କରୁଛନ୍ତି । ଏହା ସହିତ ଦୋଷୀମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରୁଛନ୍ତି ।

ସୂଚନାଯୋଗ୍ୟ ଯେ, ଗତ ୩ ତାରିଖ ଦିନ ଇମ୍ରାନ ପଂଜାବ ପ୍ରଦେଶର ଓ୍ବାଜିରାବାଦରେ ରିଅଲ ଫ୍ରିଡମ ରାଲି ( ପ୍ରକୃତ ସ୍ବାଧୀନତା ରାଲି) କରୁଥିବାବେଳେ ତାଙ୍କ ଉପରକୁ ଗୁଳିମାଡ଼ ହୋଇଥିଲା । ତାଙ୍କ ଗୋଡ଼ରେ ଗୁଳି ବାଜିବାରୁ ସେ ଆହତ ହୋଇଥିଲେ । ଏହି ଗୁଳିକାଣ୍ଡ ପରେ ପାକିସ୍ତାନର କେତେକ ସ୍ଥାନରେ ହିଂସା ଦେଖାଦେଇଛି ।

ଏହି ଆକ୍ରମଣର ଦିନକ ପରେ ଇମ୍ରାନ କହିଥିଲେ ଯେ, ତାଙ୍କ ଉପରେ ଆକ୍ରମଣ ହେବ ବୋଲି ସେ ପୂର୍ବରୁ ଜାଣିଥିଲେ । ତାଙ୍କୁ ଜୀବନରେ ମାରିଦେବାକୁ ଉଦ୍ୟମ ହୋଇଥିଲା । ତାଙ୍କ ଦଳର ନେତାମାନଙ୍କୁ ବି ଫୋନରେ ଧମକ ଦିଆଯାଉଛି ।

 

ସମ୍ବନ୍ଧିତ ଖବର