ପୁଲିସ ଗୁଳିରେ ନିହତ ଆତଙ୍କବାଦୀର ଶେଷକୃତ୍ୟ ସମ୍ପନ୍ନବେଳେ ଇସଲାମିକ୍‌ ଷ୍ଟେଟ୍‌ସ ସପକ୍ଷରେ ସ୍ଲୋଗାନ

ଶ୍ରୀନଗର: ସୁରକ୍ଷାବଳଙ୍କ ଦ୍ୱାରା ନିପାତ ହୋଇଥିବା ଜଣେ ଆତଙ୍କବାଦୀଙ୍କ ଶେଷକୃତ୍ୟ ସମ୍ପନ୍ନ ବେଳେ ହଜାର ହଜାର ସଂଖ୍ୟାରେ ଲୋକେ ରୁଣ୍ଡ ହୋଇ ହୁରିଆତ ବିରୋଧରେ ଓ ଇସ୍‌ଲାମିକ୍‌ ଷ୍ଟେଟ୍‌ସ ସପକ୍ଷରେ ସ୍ଲୋଗାନ ଦେଇଛନ୍ତି। ଏହି ଘଟଣା ଶ୍ରୀନଗର- ଗୁଲମାର୍ଗ ରାସ୍ତାର ପାରମ୍ବୋରା ଅଞ୍ଚଳରେ ଘଟିଛି। କେବଳ ସେତିକି ନୁହେଁ, ଏହି ଦେଶବିରୋଧୀ ଜନତାମାନେ ଜମୀର ମୁସା ସପକ୍ଷରେ ମଧ୍ୟ ସ୍ଲୋଗାନ ଦେଇଛନ୍ତି।
ଶ୍ରୀନଗର ଉପାନ୍ତ ଜୁକୁରା ଠାରେ ପୁଲିସ ଏକନକାଉଣ୍ଟରରେ ତେହେରିକ ଉଲ ମୁଜାହିଦ୍ଦିନ ଆତଙ୍କବାଦୀ ଏମ ଅହମ୍ମଦ ମୀରର ଗତ ଶୁକ୍ରବାର ଦିନ ପୁଲିସ ଏନକାଉଣ୍ଟରରେ ମୃତ୍ୟୁ ଘଟିଥିଲା। ତେହେରିକ ଉଲ ମୁଜାହିଦ୍ଦିନ ଆତଙ୍କବାଦୀ ଏମ ଅହମ୍ମଦ ମୀରର ଶେଷକୃତ୍ୟ ଗତ ଶନିବାର ଦିନ ହୋଇଥିଲା। ତେବେ ମୀରର ଶେଷକ୍ୟୃତ୍ୟ ସମ୍ପନ୍ନ ବେଳେ ସେଠାରେ ରୁଣ୍ଡ ହୋଇଥିବା ଲୋକେ ସ୍ଲୋଗାନରେ କହିଛନ୍ତି ନାଁ ହୁରିଆତ ଭଳି ସରିୟାତ, ନା ହୁରିଆତ ଭଳି ସ୍ୱାଧୀନତା ଦରକାର, କାଶ୍ମୀର ହେବ ଇସ୍‌ଲାମିକ ଷ୍ଟେଟସ।। କେବଳ ସେତିକି ନୁହେଁ, ତେହେରିକ ଉଲ ମୁଜାହିଦ୍ଦିନ ଆତଙ୍କବାଦୀ ଏମ ଅହମ୍ମଦ ମୀରର ଶବକୁ ଆଇଏସ ପତାକାରେ ଗୁଡ଼ାଇ ହଜାର ସଂଖ୍ୟାରେ ଲୋକ ଏହି ଶବ ଶୋଭାଯାତ୍ରାରେ ସାମିଲ ହୋଇଥିଲେ। ଏପରିକି ଏହି ପୁଲିସ ଏନକାଉଣ୍ଟର ସମ୍ପର୍କରେ ଇସଲାମିକ୍‌ ଷ୍ଟେଟ୍‌ସ ପ୍ରଥମ ଥର ପାଇଁ ତାର ଉପସ୍ଥିତି ଜାହିର କରିଛି ବୋଲଇ ଦାବି କରିଛି।
କଶ୍ମୀର ଉପତ୍ୟକାରେ ପ୍ରଥମ ଥର ପାଇଁ ଆତଙ୍କବାଦୀ ସଂଗଠନ ଇସ୍‌୍‌ଲାମିକ ଷ୍ଟେଟ୍‌ ନିଜର ଉପସ୍ଥିତି ଦାବି କରିବା ସହ ଶୁକ୍ରବାର ଘଟିଥିବା ଜାକୁରା ଏନ୍‌କାଉଣ୍ଟର ପାଇଁ ନିଜକୁ ଦାୟୀ କରିଛି। ଜାକୁରା ଆକ୍ରମଣରେ ଜଣେ ପୁଲିସ ଅଫିସର ସହିଦ ହୋଇଯାଇଥିବା ବେଳେ ସଂପୃକ୍ତ ଅଂଚଳରେ ୩ ଦିନ ଧରି କମ୍ବିଂ ଜାରି ରହିଛି । ତେବେ ପ୍ରଥମ ଥର ପାଇଁ ଆଇଏସ୍‌ କଶ୍ମୀରରେ ଆକ୍ରମଣ କରିଥିବା ଦାବି କରିଥିବାରୁ କେନ୍ଦ୍ର ସରକାର ଏହାକୁ ଗୁରୁତ୍ୱର ସହ ନେଇ ଖୋଳତାଡ଼ ଆରମ୍ଭ କରିଛନ୍ତି। ଜମ୍ମୁ କଶ୍ମୀର ପୁଲିସ ମହାନିର୍ଦ୍ଦେଶକ ଏସ୍‌୍‌ପି ବୈଦ ଆଇଏସ୍‌ର ଉପସ୍ଥିତିକୁ ଖଣ୍ଡନ କରିବା ସହ ଏଭଳି ସମ୍ଭାବନା ନାହିଁ ବୋଲି କହିଛନ୍ତି। କେନ୍ଦ୍ରମନ୍ତ୍ରୀ ଜିତେନ୍ଦ୍ର ସିଂହ କହିଛନ୍ତି ଯେ ସମସ୍ତ ଗୁଇନ୍ଦା ସଂସ୍ଥା ଏ ବାବଦରେ ନଜର ରଖିଛନ୍ତି ଏବଂ ଯେ କୌଣସି ଆତଙ୍କବାଦୀଙ୍କୁ ନିପାତ ପାଇଁ ସୁରକ୍ଷା ବାହିନୀ ବଦ୍ଧପରିକର ବୋଲି ସେ କହିଛନ୍ତି। ଗୁଇନ୍ଦା ସଂସ୍ଥାଗୁଡ଼ିକର ସୂଚନାକୁ ଆଧାର କରି ସ୍ଥିତି ସମୀକ୍ଷା କରାଯାଉଛି ଏବଂ ଯାହାକିଛି ଆବଶ୍ୟକ ସେହି ଆଧାରରେ ପଦକ୍ଷେପ ନିଆଯିବ ବୋଲି ସେ କହିଛନ୍ତି। ଆଇଏସ୍‌ ତାର ପ୍ରଚାର ମାଧ୍ୟମ ଅମାକ୍‌ ନ୍ୟୁଜ୍‌ ଏଜେନ୍‌୍‌ସି ମାଧ୍ୟମରେ ଏହି ଖବର ପ୍ରଚାର କରିବାକୁ ଚାହୁଛି ବୋଲି ସେ କହିଛନ୍ତି।
ସୂଚନାଯୋଗ୍ୟ ଗତ ଶ୍‌ୁକ୍ରବାର ଦିନ ପୁଲିସ ବାହିନୀ ଉପରକୁ ଶ୍ରୀନଗର ନିକଟ ଜାକୁରାଠାରେ ଆତଙ୍କବାଦୀମାନେ ଅତର୍କିତ ଗୁଳିମାଡ଼ କରିଥିଲେ। ଏଥିରେ ପୁଲିସ ସବ୍‌୍‌ ଇନିସ୍‌ପେକ୍ଟର ଇମ୍ରାନ ଟାକ୍‌ଙ୍କ ମୃତ୍ୟୁ ଘଟିଥିଲା। ପୁଲିସର ପାଲଟା କାର୍ଯ୍ୟାନୁଷ୍ଠାନରେ ମୋଷ୍ଟ୍‍ ଓ୍ଵାଣ୍ଟେଡ ଆତଙ୍କବାଦୀ ତଥା ତେହେରିକ ଉଲ ମୁଜାହିଦ୍ଦିନ ସଙ୍ଗଠନର ଏମ ଅହମ୍ମଦ ମୀର ନିପାତ ହୋଇଥିଲା। ଏହି ଏନ୍‌କାଉଣ୍ଟର ପାଇଁ ଆଇଏସ୍‌ ସଂଗଠନ ନିଜକୁ ଦାୟୀ କରିଥିବା ବେଳେ ଏହି ଆକ୍ରମଣ କୌଶଳ ଏବଂ ସ୍ଥାନୀୟ ଆତଙ୍କବାଦୀଙ୍କ ସମ୍ପୃକ୍ତି ଅନୁଧ୍ୟାନରୁ ଏଥିରେ ଆଇଏସ୍‌ର ହାତଥିବା ନେଇ କୌଣସି ପ୍ରମାଣ ମିଳିନାହିଁ।

ସମ୍ବନ୍ଧିତ ଖବର