ଅପରେସନ ବ୍ଲୁଷ୍ଟାରର ୩୫ ବାର୍ଷିକୀ, ସ୍ୱର୍ଣ୍ଣମନ୍ଦିର ପରିସରରେ ଅସ୍ତ୍ରଶସ୍ତ୍ର ସହ ଖଲିସ୍ତାନ ସପକ୍ଷବାଦୀ ସ୍ଲୋଗାନ

ଅମୃତସର : ଆଜି ଥିଲା ଅପରେସନ ବ୍ଲୁଷ୍ଟାରର ୩୫ ତମ ବାର୍ଷିକୀ । ଏହି ଅବସରରେ ଅମୃତସରର ସ୍ୱର୍ଣ୍ଣ ମନ୍ଦିର ପରିସରରେ ଖଲିସ୍ଥାନ ସପକ୍ଷବାଦୀ ସ୍ଲୋଗାନ ଦିଆଯିବା ସହ ଅସ୍ତ୍ରଶସ୍ତ୍ର ପ୍ରଦର୍ଶନ କରାଯାଇଛି । ଏହା ସହିତ ସ୍ୱତନ୍ତ୍ର ପ୍ରାର୍ଥନା କରାଯିବା ସହ ଭାରତ ବିରୋଧୀ ସ୍ଲୋଗାନ ମଧ୍ୟ ଦିଆଯାଇଛି । ଆଜି ସକାଳୁ ହଜାର ହଜାର ଶିଖ ଧର୍ମାମ୍ବଲମ୍ବୀ ଅକାଲ ତଖତକୁ ଯାଇ ପାରମ୍ପରିକ ଭୋଗ ଉତ୍ସବରେ ଯୋଗ ଦେଇଥିଲେ । ଆଜିର ଏହି କାର୍ଯ୍ୟକ୍ରମ ପାଇଁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା ।

ରାଜ୍ୟ ପୁଲିସ ସହ ସିଆରପିଏଫ ମୃତୟନ କରାଯାଇଥିଲା । ୨୦୧୪ରେ ଆଜିର ଦିନରେ ସ୍ୱର୍ଣ୍ଣମନ୍ଦିର ପରିସରରେ କଠୋରପନ୍ଥୀ ଶିଖ ଓ ଏସଜିପିସି ସୁରକ୍ଷାବଳ ମଧ୍ୟରେ ଗଣ୍ଡଗୋଳର ସୁତ୍ରପାତ ହୋଇଥିଲା । ୧୯୮୪ ମସିହା ଜୁନ ୧ରୁ ୮ ପର୍ଯ୍ୟନ୍ତ ସ୍ୱର୍ଣ୍ଣମନ୍ଦିର ପରିସରରେ ଲୁଚିଥିବା ସଶସ୍ତ୍ର ଖଲିସ୍ଥାନୀ ଆତଙ୍କବାଦୀଙ୍କୁ ନିପାତ କରିବାକୁ ଭାରତୀୟ ସେନା ଅପରେସନ ବ୍ଲୁଷ୍ଟାର ଆରମ୍ଭ କରିଥିଲା । ଏଥିରେ ସବୁ ଶିଖ ଚରମପନ୍ଥୀ ନିହତ ହୋଇଥିଲେ ।

ସମ୍ବନ୍ଧିତ ଖବର