ପଦୋନ୍ନତି ପରୀକ୍ଷାରେ ଫେଲ ହେଲେ ଏକାଧିକ ଆଇଏଏସ

ଶ୍ରୀନଗର: ପଦୋନ୍ନତି ପାଇଁ ଆୟୋଜନ ହୋଇଥିବା ପରୀକ୍ଷାରେ ଫେଲ ହେଲେ ଏକାଧିକ ଆଇଏଏସ | କଥାଟି ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଏ କଥା ଏକଦମ ସତ | ମିଳିଥିବା ସୂଚନା ମୁତାବକ ଜାମ୍ମୁ କାଶ୍ମୀର ଏବଂ ଲଦାଖ କେନ୍ଦ୍ରଶାସିତ ଅଂଚଳରେ ନିୟୋଜିତ ହୋଇଥିବା ଆଇଏଏସ୍ ଅଧିକାରୀଙ୍କର ପ୍ରୋବେସନର ପରୀକ୍ଷା କରାଯାଇଥିଲା | ଏହି ପରୀକ୍ଷା ଲୋକସେବା ଆୟୋଗ ଦ୍ୱାରା କରାଯାଇଥିଲା | ପଦୋନ୍ନତି ପାଇବା ପାଇଁ ଏହି ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବାର ନିୟମ ରହିଥିଲା | ସେହିପରି ପରୀକ୍ଷାରେ ୬ଟି ବିଷୟ ଥିବାବେଳେ ଉଭୟ ମୋୖଖିକ ଏବଂ ଲିଖିତ ପରୀକ୍ଷା କରାଯାଇଥିଲା |

କିନ୍ତୁ ଉଭୟ ପରୀକ୍ଷାରେ କେନ୍ଦ୍ରଶାସିତ ଅଂଚଳର ଅଧିକାଂଶ ଅଧିକାରୀ ଏଥିରେ ବିଫଳ ହୋଇଛନ୍ତି | ଅଳ୍ପ କିଛି ଅଧିକାରୀଙ୍କୁ ଛାଡି ଅନ୍ୟ ସମସ୍ତ ଅଧିକାରୀ ୬ଟି ବିଷୟରେ ପାସ ହୋଇପାରିନାହାଁନ୍ତି | ଏହା ପରେ ଲୋକସେବା ଆୟୋଗ ଅଧ୍ୟକ୍ଷ ବି.ଆର ଶର୍ମା ସରକାରଙ୍କୁ ଏକ ଚିଠି ଲେଖିଛନ୍ତି।

ଏହି ଚିଠିରେ ଦର୍ଶାଯାଇଛି ଯେ ଏହା ଉଭୟ କେନ୍ଦ୍ରଶାସିତ ଅଂଚଳରେ ପୋଷ୍ଟିଙ୍ଗ ପାଇଥିବା ଅଧିକାରୀଙ୍କ ଅବସ୍ଥା ଏଭଳି ଥିବାରୁ ବିନା ପରୀକ୍ଷାରେ କାହାକୁ ପଦୋନ୍ନତି ଦିଆନଯାଉ | ସୂଚନା ଅନୁଯାୟୀ ସିନିୟର ଟାଇମ୍ ସ୍କେଲ୍ ପଦୋନ୍ନତି ପାଇଁ ଏହି ପରୀକ୍ଷା ନିଆଯାଇଥିଲା | ଯାହାଫଳରେ ଏହି ପରୀକ୍ଷାରେ ପାସ ହୋଇଥିବା ଅଧିକାରୀମାନଙ୍କୁ ସିନିୟର ଟାଇମ୍ ସ୍କେଲ୍ ପଦୋନ୍ନତି ଦିଆଯାଇପାରିବ | କିନ୍ତୁ ଫଳାଫଳ ଏପରି ଆସିଥିଲା ଯେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ।

ସମ୍ବନ୍ଧିତ ଖବର