ଚଣ୍ଡିଗଡ଼: ଜମି ଦୁର୍ନୀତି ମାମଲାରେ ବୁଧବାର ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ହରିଆଣାର ପୂର୍ବତନ ମୁଖ୍ୟମନ୍ତ୍ରୀ ଭୁପିନ୍ଦର ସିଂ ହୁଡାଙ୍କୁ ପଚରାଉଚରା କରିଛି। ଇଡି ଏହି ୭୬ ବର୍ଷୀୟ କଂଗ୍ରେସ ନେତାଙ୍କୁ ତାଙ୍କ ନୂଆଦିଲ୍ଲୀସ୍ଥିତ କାର୍ଯ୍ୟାଳୟରେ ପ୍ରିଭେନସନ୍ ଅଫ୍ ମନି ଲଣ୍ଡରିଂ ଆକ୍ଟ ଅନୁଯାୟୀ ଜେରା କରି ବୟାନ ରେକର୍ଡ କରିିିଛି।

Advertisment

ପ୍ରକାଶଯୋଗ୍ୟ ଯେ କିଛି ବରିଷ୍ଠ ସରକାରୀ ଅଧିକାରୀ ଓ କର୍ମଚାରୀ ୨୦୦୪-୦୭ ମସିହା ମଧ୍ୟରେ ମନେସରଠାରେ ଜମି ଅଧିଗ୍ରହଣରେ ହୋଇଥିବା ଅନିୟମିତତାରେ ସାମିଲ୍‌ ଥିଲେ। ତାଙ୍କ ସହ ହରିଆଣାର ପୂର୍ବତନ ମୁଖ୍ୟମନ୍ତ୍ରୀ ଭୁପିନ୍ଦର ସିଂ ବି ସଂପୃକ୍ତ ଥିଲେ ବୋଲି ଅଭିଯୋଗ ହେବା ପରେ ତାଙ୍କ ବିରୋଧରେ ସିବିଆଇରେ ମାମଲା ରୁଜୁ ହୋଇଥିଲା।

ସେପ୍ଟେମ୍ବର, ୨୦୧୬ ମସିହାରେ ହରିଆଣା ପୁଲିସର ଏଫ୍ଆଇଆର୍ ଆଧାରରେ ଏକ ପିଏମ୍‌ଏଲ୍‌ଏ ମାମଲା ଦାୟର କରାଯାଇଥିଲା। ଅନୁସନ୍ଧାନକାରୀ ଏଜେନ୍ସି ଅନୁଯାୟୀ, ଏହି ଜମି ଅଧିଗ୍ରହଣ ମାମଲାରେ ପ୍ରାୟ ୧,୫୦୦ କୋଟି ଟଙ୍କା ଠକେଇ କରାଯାଇ ଅନେକ କୃଷକ ଏବଂ ଜମି ମାଲିକଙ୍କୁ ଠକାଯାଇଛି।