ନୂଆଦିଲ୍ଲୀ : ମଣିପୁର ହିଂସାକାଣ୍ଡର ତଦନ୍ତ ପାଇଁ କେନ୍ଦ୍ର ସରକାର ତିନିଜଣିଆ କମିଶନ ଗଠନ କରିଛନ୍ତି । ଗୌହାଟୀ ହାଇକୋର୍ଟର ପୂର୍ବତନ ମୁଖ୍ୟ ବିଚାରପତି ଅଜୟ ଲାମ୍ବାଙ୍କ ନେତୃତ୍ୱରେ ଏହି କମିଶନ ଗଠନ କରାଯାଇଛି । ହିଂସାକାଣ୍ଡରେ ରାଜ୍ୟରେ ୮୦ରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଛି । ଅନ୍ୟପକ୍ଷରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ରବିବାର ମଣିପୁରବାସୀଙ୍କୁ ୨ ନମ୍ବର ଜାତୀୟ ରାଜପଥ ଅବରୋଧ ହଟାଇବାକୁ ନିବେଦନ କରିଛନ୍ତି, ଯାହାଦ୍ୱାରା ରାଜ୍ୟରେ ଖାଦ୍ୟ, ଔଷଧ ଏବଂ ଇନ୍ଧନ ଭଳି ମୌଳିକ ଏବଂ ଅତ୍ୟାବଶ୍ୟକ ସାମଗ୍ରୀ ପହଞ୍ଚିପାରିବ ।
ଅମିତ ଶାହ ନିଜର ଅଫିସିଆଲ ଟ୍ୱିଟର ହ୍ୟାଣ୍ଡେଲରୁ ଟୁଇଟ୍ କରି ସିଭିଲ ସୋସାଇଟିର ସଦସ୍ୟମାନଙ୍କୁ ଏ ଦିଗରେ ପଦକ୍ଷେପ ନେବାକୁ କହିଛନ୍ତି। “ମଣିପୁରବାସୀଙ୍କୁ ମୋର ବିନମ୍ର ନିବେଦନ ହେଉଛି ଇମ୍ଫାଲ-ଦିମାପୁର, ଜାତୀୟ ରାଜପଥ-୨ରେ ଅବରୋଧ ହଟାଇବା, ଯାହାଦ୍ୱାରା ଖାଦ୍ୟ, ଔଷଧ, ପେଟ୍ରୋଲ/ଡିଜେଲ ଏବଂ ଅନ୍ୟାନ୍ୟ ଅତ୍ୟାବଶ୍ୟକ ସାମଗ୍ରୀ ଲୋକଙ୍କ ପାଖରେ ପହଞ୍ଚିପାରିବ।“ ଗୃହମନ୍ତ୍ରୀ ଟୁଇଟ୍ କରି କହିଛନ୍ତି, ସହମତି ସୃଷ୍ଟି ପାଇଁ ଆବଶ୍ୟକ ପଦକ୍ଷେପ ନେବାକୁ ନାଗରିକ ସମାଜ ସଂଗଠନଗୁଡ଼ିକୁ ଅନୁରୋଧ କରୁଛି।
ମେଇତେଇ ସଂପ୍ରଦାୟ ଲୋକମାନଙ୍କୁ ଅନୁସୂଚିତ ଜନଜାତି ମାନ୍ୟତା ଦାବିକୁ ବିରୋଧ କରି ଗତ ମେ ୩ ତାରିଖଠାରୁ ଅନ୍ୟ ଆଦିବାସୀମାନେ ହିଂସାକାଣ୍ଡ ଚଳାଇଛନ୍ତି ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/06/FxdmsVwWAAAnGOD.jpg)