ପାଟନା: ମୁଜାଫରପୁରସ୍ଥିତ ଶ୍ରୀକୃଷ୍ଣ ମେଡିକାଲ୍ କଲେଜ ଓ ହସ୍ପିଟାଲ୍ ନିକଟରେ ମଣିଷ ଅସ୍ଥି ବିଛାଡ଼ି ହୋଇ ପଡ଼ିଥିବା କଥା ଜଣା ପଡ଼ିବା ପରେ ଘଟଣାର ତଦନ୍ତ ଚାଲିଥିବା କଥା ଜଣେ ମନ୍ତ୍ରୀ କହିଛନ୍ତି।
ଖୋଲା ସ୍ଥାନରେ କେମିତି ଶବ ପଡ଼ିଲା ସେ ସଂକ୍ରାନ୍ତରେ ତଦନ୍ତ କରାଯାଉଛି। ବେଳେ ବେଳେ କେତେକ ଶବର କୌଣସି ଦାବିଦାର ନ ଥାଆନ୍ତି। ସେ ଶବଗୁଡ଼ିକୁ ପୋଡ଼ି ଦେବା ପାଇଁ ସରକାର ବ୍ୟବଚ୍ଛେଦ ବିଭାଗକୁ ୨ ହଜାର ଟଙ୍କା ଦିଅନ୍ତି। କିନ୍ତୁ, ଅନେକ ସମୟରେ ସେମାନେ ଶବ ପୋଡ଼ି ନ ଥାଆନ୍ତି ବୋଲି ବିହାର ମନ୍ତ୍ରୀ ଅଶୋକ ଚୌଧୁରୀ କହିଛନ୍ତି।
Image Source: Times of Indiaଘଟଣାର ସତ୍ୟତା ଜାଣିବାକୁ ତଦନ୍ତ ଚାଲିଛି। କିନ୍ତୁ ବାସ୍ତବତା ଠାରୁ ଗଣମାଧ୍ୟମ ଏହାକୁ ଭିନ୍ନ ରୂପେ ଅବତାରଣା କରୁଛି।
ଶନିବାର ଦିନ ଏହି ଡାକ୍ତରଖାନାର ବ୍ୟବଚ୍ଛେଦ ବିଭାଗ ନିକଟରେ ଥିବା ଆବର୍ଜନା ଗଦାରେ ମଣିଷର ଅସ୍ଥି ପଡ଼ିଥିବା ଦେଖାଯାଇଥିଲା। ସେଥିରେ ଗୋଟିଏ ଦୁଇଟି ଶବ ପୋଡ଼ାଯାଇଥିବା ଦେଖାଯାଇଥିଲା। ଏହାଛଡ଼ା ଶହ ଶହ ଅସ୍ଥି ଏହି ବଣୁଆ ଅଞ୍ଚଳରେ ବିଛାଡ଼ି ହୋଇ ପଡ଼ିଛି କିଂବା ବସ୍ତାରେ ପଶି ଗଦା ହୋଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/06/skelital.jpg)