ଟ୍ରମ୍ପଙ୍କ ପିଛା ଛାଡ଼ୁନି ବିବାଦ: ମୁହଁ ଖୋଲିଲେ ଆଉ ଜଣେ ପର୍ଣ୍ଣଷ୍ଟାର

ଓ୍ଵାସିଂଟନ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିରୋଧରେ ଶାରୀରିକ ସମ୍ପର୍କ ଅଭିଯୋଗ ଯେମିତି ତାଙ୍କ ପିଛା ଛାଡୁନି। ଶନିବାର ପ୍ଲେ-ବୟ ପତ୍ରିକାର ମଡେଲ କୈରନ୍‌ ମେକ ଡୋଗଲ ସିଏନ୍‌ଏନ୍‌କୁ ସାକ୍ଷାତକାର ଦେଇ ଟ୍ରମ୍ପଙ୍କ ସହ ଶାରୀରିକ ସମ୍ପର୍କ ବିଷୟରେ ସର୍ବ ସମ୍ମୁଖରେ ଅଭିଯୋଗ କରିବା ପରେ ଆଜି ପର୍ଣ୍ଣଷ୍ଟାର ଷ୍ଟ୍ରମି ଡାନିଏଲ୍ସ ସିବିଏସ୍‌ ଟିଭିକୁ ସାକ୍ଷାତକାର ଦେଇ ଅନୁରୂପ କାହାଣୀ ବଖାଣିଛନ୍ତି। ଏପରିକି ପ୍ରମାଣ ସ୍ୱରୂପ ଗଣମାଧ୍ୟମରେ ଉକ୍ତ ସମ୍ପର୍କର ସମସ୍ତ ଫଟୋ, ଭିଡିଓ ଏବଂ ବାର୍ତ୍ତାଳାପକୁ ପ୍ରଦର୍ଶନ କରିବା ଲାଗି ସେ ଅନୁମତି ମଧ୍ୟ ମାଗିଛନ୍ତି। ଅବଶ୍ୟ ଡାନିଏଲ୍ସ ଏ ସମ୍ପର୍କରେ ପୂର୍ବରୁ କହିସାରିଛନ୍ତି, ତେବେ ଟ୍ରମ୍ପଙ୍କ ଓକିଲ ତାଙ୍କ ବିରୋଧରେ ଓଲଟା ମାମଲା ଆଣିଥିବାରୁ ଘଟଣା ଏବେ ରୋଚକ ମୋଡ଼ ନେଇଛି।

ଉଲ୍ଲେଖ ଥାଉ କି, ୨୦୦୬ ମସିହାରେ ଟ୍ରମ୍ପ ଡାନିଏଲ୍ସଙ୍କ ସହ ଏପରି ସମ୍ପର୍କରେ ଥିଲେ। ତେବେ କିଛିିଦିନ ତଳେ ଡାନିଏଲ୍ସ ଏକ ଡିଭିଡି ସହ ଟ୍ରମ୍ପଙ୍କ ଫଟୋ ଟ୍ଵିଟରରେ ପୋଷ୍ଟ କରି ଗୋଟିଏ ଫଟୋ ହଜାରେ ଶବ୍ଦ କହିଲେ ୬୦ ମିନିଟର ଏହି ଭିିଡିଓ କେତେ କଥା କହିବ ବୋଲି ସେ କୌତୂହଳୀ ପ୍ରଶ୍ନ ପଚାରିଛନ୍ତି। ଅପରପକ୍ଷେ, ଡାନିଏଲ୍ସଙ୍କ ବିରୋଧରେ ଟ୍ରମ୍ପଙ୍କ ଓକିଲ ମାଇକେଲ କୋହେନ୍‌ ମାନହାନି ମୋକଦ୍ଦମା ରୁଜୁ କରିବା ପରେ ମାମଲା ନୂଆ ମୋଡ଼ ନେଇଛି। ଡାନିଏଲ୍ସଙ୍କୁ ଘଟଣା ସମ୍ପର୍କରେ ପ୍ରଘଟ ନକରିିବା ପାଇଁ ତାଙ୍କୁ ଦିଆଯାଇଥିବା ୧ଲକ୍ଷ ୩୦ହଜାର ଡଲାର ସେ ଫେରାଇ ଦେବାକୁ ପ୍ରସ୍ତୁତ ଥିବା ବେଳେ ହ୍ଵାଇଟହାଉସ୍‌ କିନ୍ତୁ ଟ୍ରମ୍ପଙ୍କ ଶାରୀରିକ ସମ୍ପର୍କକୁ ପ୍ରତ୍ୟାଖ୍ୟାନ କରିଛି। ଏହା ପୂର୍ବରୁ କୌରନ୍‌ ମେକଡୋଗଲ ମଧ୍ୟ ଟ୍ରମ୍ପଙ୍କ ବିରୋଧରେ ଅନୁରୂପ ଅଭିଯୋଗ ଆଣି ତାଙ୍କୁ ମିଳିଥିବା ଦେଢ଼ ଲକ୍ଷ ଡଲାର ଫେରାଇଦେବାକୁ କହିଛନ୍ତି।

ସମ୍ବନ୍ଧିତ ଖବର