ନେହରୁଙ୍କ ପ୍ରତିମୂର୍ତ୍ତି ହଟାଇବାକୁ ନେଇ ବିବାଦ

ଲକ୍ଷ୍ନୌ: ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହରୁଙ୍କ ପ୍ରତିମୂର୍ତ୍ତି ହଟାଇବାକୁ ନେଇ ଏବେ ଆହ୍ଲାବାଦରେ କଂଗ୍ରେସ କର୍ମୀମାନେ ରାସ୍ତାକୁ ଓହ୍ଲାଇଛନ୍ତି। ନେହରୁଙ୍କ ଜନ୍ମସ୍ଥାନ ଆହ୍ଲାବାଦ୍‌ର ଆନନ୍ଦ ଭବନଠାରୁ ୨୦୦ ମିଟର ଦୂରରେ ଥିବା ଏହି ପ୍ରତିମୂର୍ତ୍ତିକୁ ଆଗାମୀ କୁମ୍ଭମେଳା ଅବସରରେ ରାସ୍ତା ସଂପ୍ରସାରଣ କାର୍ଯ୍ୟପାଇଁ ଉଠାଇ ନିଆଯାଇ ନିକଟସ୍ଥ ପାର୍କରେ ଅବସ୍ଥାପିତ କରାଯାଇଛି। ତେବେ ଏହି ସମାନ ରାସ୍ତାରେ ପଣ୍ଡିତ ଦୀନ୍‌ଦୟାଲ ଉପାଧ୍ୟାୟଙ୍କ ପ୍ରତିମୂର୍ତ୍ତି ରହିଥିଲେ ମଧ୍ୟ ଏହାକୁ ହଟାଯାଇ ନଥିବାରୁ କଂଗ୍ରେସ ଏନେଇ ପ୍ରଶ୍ନ ଉଠାଇଛି। କଂଗ୍ରେସ ସହ ସମାଜବାଦୀ ପାର୍ଟି କର୍ମୀମାନେ ମଧ୍ୟ ଏହି ପ୍ରତିମୂର୍ତ୍ତି ହଟାଯିବା ପ୍ରତିବାଦରେ ତୀବ୍ର ଆନ୍ଦୋଳନ କରିଛନ୍ତି। ବିଜେପି ପକ୍ଷରୁ ଉଦ୍ଦେଶ୍ୟମୂଳକ ଭାବେ ଏଭଳି କାର୍ଯ୍ୟ କରାଯାଉଛି ଏବଂ ଏହା ବିରୋଧରେ ଆବଶ୍ୟକ ହେଲେ ଦଳ ଅଦାଲତ ଯିବ ବୋଲି କଂଗ୍ରେସ ନେତାମାନେ କହିଛନ୍ତି।

ସମ୍ବନ୍ଧିତ ଖବର