ୱାସିଂଟନ୍: ଆମେରିକା-ମେକ୍ସିକୋ ସୀମାରେ ଏକ ବିଶାଳ ପ୍ରାଚୀର ନିର୍ମାଣ ପାଇଁ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ୫ ବିଲିୟନ୍ ଡଲାରର ଅତିରିକ୍ତ ବ୍ୟୟବରାଦ ଲୋଡ଼ିଥିବା ବେଳେ ଏହାକୁ ବିରୋଧୀ ଡେମୋକ୍ରାଟିକ୍ ଦଳର ନେତାମାନେ ପ୍ରବଳ ବିରୋଧ କରୁଛନ୍ତି। ଉଭୟଙ୍କ ମଧ୍ୟରେ ଏହାକୁ ନେଇ କୌଣସି ବୁଝାମଣା ହୋଇପାରୁ ନାହିଁ। ତା’ଛଡ଼ା ଅତିରିକ୍ତ ଖର୍ଚ୍ଚଦାବି ପ୍ରସ୍ତାବ ଉପରେ ମଧ୍ୟ କୌଣସି ସହମତି ହୋଇନପାରିବା କାରଣରୁ ଡଜନ୍ରୁ ଅଧିକ ସରକାରୀ ଏଜେନ୍ସିର ପାଣ୍ଠି ଶେଷ ହୋଇଯାଇଛି। ଫଳରେ ୮ ଲକ୍ଷ ସରକାରୀ କର୍ମଚାରୀଙ୍କୁ ବେତନ ମିଳିବା ନେଇ ଆଶଙ୍କା ଦେଖାଦେଇଛି। ୪ ଲକ୍ଷ କର୍ମଚାରୀଙ୍କୁ ବିନା ବେତନରେ କାମ କରିବାକୁ କୁହାଯାଇଥିବା ବେଳେ ୩.୮ ଲକ୍ଷ କର୍ମଚାରୀଙ୍କୁ ବାଧ୍ୟବାଧକତା ଭାବେ ଛୁଟିରେ ପଠାଯିବାକୁ ନିଷ୍ପତ୍ତି ନିଆଯାଇଛି। ଏହାକୁ ନେଇ ଆମେରିକାରେ ପୁଣି ସରକାରୀ ଅଚଳାବସ୍ଥା ସୃଷ୍ଟି ହୋଇଛି। କୁହାଯାଉଛି ଯେ ଟ୍ରମ୍ପ୍ ପ୍ରଶାସନର ଅତିରିକ୍ତ ଖର୍ଚ୍ଚଦାବିକୁ ନେଇ ବିରୋଧୀଙ୍କର କୌଣସି ସମସ୍ୟା ନାହିଁ। କିନ୍ତୁ ମେକ୍ସିକୋ ସୀମାରେ ପ୍ରାଚୀର ନିର୍ମାଣ ପ୍ରସ୍ତାବକୁ ସେମାନେ ଘୋର ବିରୋଧ କରୁଛନ୍ତି। ରାଷ୍ଟ୍ରପତି ଟ୍ରମ୍ପ୍ଙ୍କ ଦାବିର କୌଣସି ସମାଧାନ ନହୋଇ ଶୁକ୍ରବାର ଆମେରିକା କଂଗ୍ରେସ କାର୍ଯ୍ୟ ଠପ୍ ହୋଇଯାଇଥିଲା। ଏହି କାରଣରୁ ଶନିବାର ଆମେରିକାରେ ସରକାରୀ କାର୍ଯ୍ୟ ଆଂଶିକ ଭାବେ ବନ୍ଦ ହୋଇଯାଇଛି। ଚଳିତବର୍ଷ ଏହାକୁ ମିଶାଇ ଆମେରିକାରେ ତୃତୀୟ ଥର ପାଇଁ ଏହି ଅଚଳାବସ୍ଥା ସୃଷ୍ଟି ହୋଇଥିବା ଜଣାପଡ଼ିଛି।
ଆମେରିକାରେ ଅଚଳାବସ୍ଥା: ୮ ଲକ୍ଷ କର୍ମଚାରୀଙ୍କୁ ଛୁଟିରେ ପଠାଯିବ
/sambad/media/post_attachments/wp-content/uploads/2018/12/White-house-759.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)