ନିଯୁକ୍ତିରେ ଅନିୟମିତତା: ଜାତୀୟ ପ୍ରତିରକ୍ଷା ଏକାଡେମି ଅଧ୍ୟକ୍ଷଙ୍କ ବିରୋଧର ମାମଲା

ନୂଆଦିଲ୍ଲୀ: ଏନ୍‌ଡିଏ (ଜାତୀୟ ପ୍ରତିରକ୍ଷା ଏକାଡେମି)ରେ ଶିକ୍ଷକ ନିଯୁକ୍ତିରେ ଅନିୟମିତତା ନେଇ ଆଜି ଏନଡିଏ ଅଧ୍ୟକ୍ଷ ଓମ୍‌ ପ୍ରକାଶ ଶୁକ୍ଳାଙ୍କ ସମେତ ୪ଜଣଙ୍କ ବିରୋଧରେ ସିବିଆଇ ମାମଲା ରୁଜୁ କରିଛି। ପ୍ରତିରକ୍ଷା ଅଧିକାରୀଙ୍କ ତାଲିମ୍‌ ପାଇଁ ଏନ୍‌ଡିଏରେ ଶିକ୍ଷାକର୍ମୀଙ୍କ ନିଯୁକ୍ତିକୁ ନେଇ ବଡ଼ ଧରଣର ଦୁର୍ନୀତି ହୋଇଥିବା ଅଭିଯୋଗ ହୋଇଥିଲା। ନିଯୁକ୍ତି ସମୟରେ ଆଇନକୁ ଅବମାନନା କରି ନକଳି ସାର୍ଟିଫିକେଟଧାରୀ ଓ ଉପଯୁକ୍ତ ଅଭିଜ୍ଞତା ନଥିବା ଲୋକଙ୍କୁ ଚାକିରି ଦିଆଯାଇଥିବା ଜଣାପଡ଼ିଥିଲା। ଏହି ଦୁର୍ନୀତିରେ ରାଜନୀତି ବିଜ୍ଞାନ, ରସାୟନ ବିଜ୍ଞାନ ଜଣେ ଲେଖାଏଁ ପ୍ରଫେସର ଏବଂ ଗଣିତ ବିଭାଗର ଜଣେ ଆସିଷ୍ଟାଣ୍ଟ୍‌ ପ୍ରଫେସର ସାମିଲ ଥିବା ଅଭିଯୋଗ ହୋଇଛି। ଏନେଇ ସିବିଆଇ ଏହି ଫ୍ରଫେସର ଓ ଅଧିକାରୀଙ୍କ ଘରେ ଚଢଉ କରିଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର