କର୍ଣ୍ଣାଟକ ରାଜନୀତିରେ ପୁଣି ସଙ୍କଟ

ଅସନ୍ତୁଷ୍ଟ କଂଗ୍ରେସ ବିଧାୟକ ସିଦ୍ଦରାମେୟାଙ୍କୁ ଭେଟିଲେ

ବେଙ୍ଗାଲୁରୁ: କର୍ଣ୍ଣାଟକ ରାଜନୀତି ଏବେ ପୁଣି  ସଙ୍କଟ ଦେଇ ଗତି କରୁଛି। ସରକାର ଗଠନ ଦିନରୁ ହିଁ ସଙ୍କଟ ଲାଗି ରହିଥିବାବେଳେ ଏହା ଦିନକୁ ଦିନ ଅଧିକ ଜଟିଳ ହେଉଛି। କର୍ଣ୍ଣାଟକରେ ଏବେ ଜେଡିୟୁ କଂଗ୍ରେସ ମେଣ୍ଟ ସରକାରର ସ୍ଥାୟୀତ୍ୱ ନେଇ  ଖୋଦ୍‌ ପୂର୍ବତନ ମୁଖ୍ୟମନ୍ତ୍ରୀ ସିଦ୍ଦରାମେୟା ସନ୍ଦେହ ପ୍ରକଟ କରିଛନ୍ତି।  ଏକ ଭିଡିଓ କ୍ଲିପ୍‌ରେ ସିଦ୍ଦରାମେୟା  ଜେଡିୟୁ-କଂଗ୍ରେସ ମେଣ୍ଟ ସରକାରର ସ୍ଥାୟିତ୍ୱ ଉପରେ  ଯେଉଁଭଳି ମନ୍ତବ୍ୟ ଦେଇଛନ୍ତି ତାହା ଏବେ  ଆଲୋଚ୍ୟର ବିଷୟ ହୋଇଛି। ସିଦ୍ଦରାମେୟା କହିଛନ୍ତି ଜେଡିୟୁ କଂଗ୍ରେସ ୫ ବର୍ଷର ମେଣ୍ଟ ସରକାର ଖୁବ୍‌  ଜଟିଳ ସ୍ଥିତି ଦେଇ ଗତି କରିବ।।  ପ୍ରଥମେ ୨୦୧୯ ସାଧାରଣ ନିର୍ବାଚନ ସରୁ , ଏହା ପରେ କ’ଣ ହେଉଛି ଦେଖାଯିବ ବୋଲି ସେ କହିଛନ୍ତି। ଏବେ ଏହି ଭିଡିଓ ସ୍ଥାନୀୟ ନ୍ୟୁଜ୍‌ ଚ୍ୟାନେଲ୍‌ରେ ବାଜିଥିବାବେଳେ ଏହାକୁ ନେଇ ରାଜ୍ୟ ରାଜନୀତି ସରଗରମ ହୋଇପଡ଼ିଛି। ଅନ୍ୟପକ୍ଷରେ ଆଜି ୯ ଜଣ କଂଗ୍ରେସ ବିଧାୟକଙ୍କ ସମେତ ଜଣେ ମନ୍ତ୍ରୀ ସିଦ୍ଦରାମେୟାଙ୍କୁ କର୍ଣ୍ଣାଟକର ଟେମ୍ପଲ ଟାଉନ୍‌  ଧର୍ମସ୍ଥଳରେ  ଭେଟିଥିବା ଜଣାପଡ଼ିଛି। ଏହାକୁ ନେଇ ମଧ୍ୟ ଅନେକ ଦ୍ୱନ୍ଦ୍ୱ ଉପୁଜିଛି।  ଆସନ୍ତା ଜୁଲାଇ ୫ ତାରିଖରେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ କୁମାରସ୍ୱାମୀ ରାଜ୍ୟ ବଜେଟ୍‌ ଉପସ୍ଥାପନ କରିବାପାଇଁ ପ୍ରସ୍ତୁତ ହେଉଥିବାବେଳେ ସିଦ୍ଦରାମେୟା ଏଥିରେ ଅସନ୍ତୋଷ ପ୍ରକାଶ କରିଛନ୍ତି। ବିଧାନସଭା ନିର୍ବାଚନ ପୂର୍ବରୁ ସିଦ୍ଦରାମେୟା ଏକ ବଜେଟ୍‌ ଉପସ୍ଥାପନ କରିଥିବାରୁ କୁମାରସ୍ୱାମୀଙ୍କ ବଜେଟ୍‌କୁ ସେ ବିରୋଧ କରିଛନ୍ତି। ସେହିପରି କିଛି କଂଗ୍ରେସ ବିଧାୟକ କ୍ୟାବିନେ୍‌ଟ ପାହ୍ୟା ପାଇଁ ଦାବି କରି ପୁଣି ଜରୁରୀ ବୈଠକ ଡକାଇବାକୁ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର