ପାକ୍‌ର ଅସ୍ତ୍ରବିରତି ଉଲ୍ଲଂଘନ, ୨ ଜେସିଓ ସହିଦ ସୀମାରେ ତୀବ୍ର ଉତ୍ତେଜନା

ଶ୍ରୀନଗର: ଜମ୍ମୁ କଶ୍ମୀରର କୁପ୍‌ୱାଡ଼ା ସେକ୍ଟରରେ ଆଜି ପାକିସ୍ତାନ ସେନା ଅସ୍ତ୍ରବିରତି ଉଲ୍ଲଂଘନ କରି ପ୍ରବଳ ଗୁଳିଗୋଳା ବର୍ଷା କରିଛି। କେରାନ୍‌ ଅଞ୍ଚଳରେ ମୁତୟନ ହୋଇଥିବା ୨ ଜଣ ଜେସିଓ ପାକ୍‌ ଗୁଳିରେ ସହିଦ ହୋଇଯାଇଛନ୍ତି। ସେମାନେ ହେଲେ ରମଣ ଥାପ୍ପା ଏବଂ ଗମର୍‌ ଥାପ୍ପା। ଗୁଳିମାଡ଼ରେ ଆଉ ଜଣେ ଯବାନ ମଧ୍ୟ ଆହତ ହୋଇଥିବା ସେନା ସୂତ୍ରରୁ ପ୍ରକାଶ। ଭାରତୀୟ ସେନା ପାକ୍‌ ଅସ୍ତ୍ରବିରତି ଉଲ୍ଲଂଘନର କଡ଼ା ଜବାବ ଦେଉଛି ଏବଂ ସୀମାରେ ସୁରକ୍ଷା କଡ଼ାକଡ଼ି କରାଯାଇଛି। ପାକ୍‌ ଗୁଳିବର୍ଷାକୁ ଦୃଷ୍ଟିରେ ରଖି ସୀମାବର୍ତ୍ତୀ ଗ୍ରାମଗୁଡ଼ିକରେ ଲୋକଙ୍କୁ ବଙ୍କରରେ ରହିବାକୁ ପରାମର୍ଶ ଦିଆଯାଇଛି। ନିୟନ୍ତ୍ରଣରେଖା ଅଞ୍ଚଳରେ ଉତ୍ତେଜନା ବଢ଼ିବାରେ ଲାଗିଛି। ପାକିସ୍ତାନ ସେନା ଆତଙ୍କବାଦୀଙ୍କ ଅନୁପ୍ରବେଶକୁ ସାକାର କରିବା ପାଇଁ ଆଜି ଅସ୍ତ୍ରବିରତି ଉଲ୍ଲଂଘନ କରିଥବା ଗୁଇନ୍ଦା ସୂତ୍ରରୁ ଜଣାପଡ଼ିଛି।

ସମ୍ବନ୍ଧିତ ଖବର