ମାୟାବତୀଙ୍କ ଦଳରେ ବିଦ୍ରୋହ, ବସପା ରାଜ୍ୟସଭା ପ୍ରାର୍ଥୀଙ୍କଠାରୁ ସମର୍ଥନ ପ୍ରତ୍ୟାହାର କଲେ ୬ ବିଧାୟକ

ଲକ୍ଷ୍ନୌ: ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ମା‌ୟାବତୀଙ୍କ ନେତୃତ୍ବାଧୀନ ବିଏସ୍‌ପି (ବହୁଜନ ସମାଜ ପାର୍ଟି)ରେ ବିଦ୍ରୋହ ଦେଖାଦେଇଛି। ଏକ ଅପ୍ରତ୍ୟାଶିତ ଘଟଣାକ୍ରମରେ ବିଏସ୍‌ପିର ୬ ଜଣ ବିଧାୟକ ରାଜ୍ୟସଭା ଦ୍ବିବର୍ଷୀୟ ନିର୍ବାଚନ ପାଇଁ ବିଏସ୍‌ପି ପ୍ରାର୍ଥୀ ରାମ୍‌ଜୀ ଗୌତମଙ୍କଠାରୁ ସେମାନଙ୍କ ସମର୍ଥନ ପ୍ରତ୍ୟାହାର କରିନେଇଛନ୍ତି। ଉକ୍ତ ୬ ବିଧାୟକ ନିର୍ବାଚନ ଅଧିକାରୀଙ୍କୁ କହିଛନ୍ତି, ବରିଷ୍ଠ ‌ନେତା ରାମ୍‌ଜୀ ଗୌତମଙ୍କ ପ୍ରାର୍ଥିପତ୍ରରେ ସେମାନଙ୍କ ସ୍ବାକ୍ଷରକୁ ନକଲ କରାଯାଇଛି।

ଆସନ୍ତା ମାସରେ ରାଜ୍ୟସଭା ନିର୍ବାଚନ ଥିବାବେଳେ ବିଏସ୍‌ପିର ୧୦ ଜଣ ବିଧାୟକଙ୍କ ମଧ୍ୟରୁ ୬ ଜଣ ଦଳ ବିରୋଧରେ ଯାଇଛନ୍ତି। ତେବେ ନିର୍ବା‌ଚନ ଅଧିକାରୀଙ୍କୁ ଏ ସଂକ୍ରାନ୍ତରେ ଜଣାଇବାର ମାତ୍ର କିଛି ସମୟ ପରେ ୬ ବିଧାୟକ ସମାଜବାଦୀ ପାର୍ଟି (ସପା) ଅଫିସ୍‌ ଯାଇ ସଭାପତି ଅଖିଳେଶ ଯାଦବଙ୍କୁ ସାକ୍ଷାତ କରିଥିଲେ। ସେମାନେ ସପାରେ ଯୋଗ ଦେବେ ବୋଲି ଜଣାପଡ଼ିଛି। ବିଏସ୍‌ପି ବିଧାୟକ ଉମା ଶଙ୍କର ସିଂହ ଅଭିଯୋଗ କରିଛନ୍ତି ଯେ, ଦଳ ବିରୋଧରେ ବିଦ୍ରୋହ କରିଥିବା ୫ ବିଧାୟକଙ୍କୁ ପ୍ରଚୁର ଅର୍ଥ ଲୋଭ ଦେଖାଯାଇଛି। ଜଣେ ଦଳିତଙ୍କୁ ରାଜ୍ୟସଭା ଯିବାକୁ ନଦେବାପାଇଁ ଏଭଳି କାର୍ଯ୍ୟ କରାଯାଇଛି ବୋଲି ଅଭିଯୋଗ ‌ହୋଇଛି।

ସମ୍ବନ୍ଧିତ ଖବର