ଲଣ୍ଡନ: ଇଂଲଣ୍ଡ ଗସ୍ତରେ ଯାଇଥିବା କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ଏକ କାର୍ଯ୍ୟକ୍ରମରେ ୩ ଜଣ ଖଲିସ୍ତାନୀ ସମର୍ଥକ ଧସେଇ ପଶିବା ଏବଂ ଭାରତ ବିରୋଧୀ ସ୍ଲୋଗାନ ଦେବା ଚର୍ଚ୍ଚାର ବିଷୟ ହୋଇଛି। ରାହୁଲ ବ୍ରିଟେନରେ ଏକ କାର୍ଯ୍ୟକ୍ରମରେ ଉଦ୍୍ବୋଧନ ଦେବାକୁ ପ୍ରସ୍ତୁତ ହେଉଥିବା ବେଳେ ଏହି ଖଲିସ୍ତାନୀ ସମର୍ଥକମାନେ ସେଠାରେ ପହଞ୍ଚି ଖଲିସ୍ତାନ ଜିନ୍ଦାବାଦ ସ୍ଲୋଗାନ ଦେଇଥିଲେ।। ଏହାର ଜବାବରେ ଉପସ୍ଥିତ ଥିବା କଂଗ୍ରେସ ସମର୍ଥକମାନେ ‘କଂଗ୍ରେସ ଜିନ୍ଦାବାଦ’ ସ୍ଲୋଗାନ ଦେଇଥିଲେ।