ଟେଷ୍ଟ ଡ୍ରାଇଭିଙ୍ଗ ହେଲା କାଳ : ଗାଡି କିଣିବାକୁ ଯାଇଥିଲେ ସତ ହେଲେ ନିଜ ଭୁଲ ଯୋଗୁଁ ଦେଇକି ଆସିଲେ ଦେଢ଼ ଲକ୍ଷ ଟଙ୍କା

ଲକ୍ଷ୍ନୌ : ଗାଡି କିଣିବାକୁ କାର ସୋରୁମକୁ ଯାଇଥିଲେ ସତ ହେଲେ ନିଜର ଏକ ଭୁଲ ଯୋଗୁଁ ଗାଡି କିଣିବେ କ’ଣ, ଓଲଟି ଦେଢ଼ ଲକ୍ଷ ଟଙ୍କା ସୋରୁମ କର୍ମଚାରୀଙ୍କୁ ଦେଇକି ଆସିଲେ | ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ ଯେ ଯଦି ଆପଣ କୌଣସି କାର ସୋରୁମକୁ ଯାଇ କାରର ଟେଷ୍ଟ ଡ୍ରାଇଭ କରିବାକୁ ଯୋଜନା କରୁଛନ୍ତି ତେବେ ଦୁଇଥର ଭାବନ୍ତୁ | କାରଣ ଆପଣଙ୍କ ସାମାନ୍ୟ ଭୁଲ ପାଇଁ ଆପଣ ଅସୁବିଧାରେ ପଡିପାରନ୍ତି |

ମିଳିଥିବା ସୂଚନା ମୁତାବକ ଉତ୍ତରପ୍ରଦେଶରେ ଏକ ମାରୁତି ସୁଜୁକି ସୋରୁମକୁ ଜଣେ ବ୍ୟକ୍ତି ଏକ ଗ୍ରାଣ୍ଡ ଭିଟାରା ଗାଡି କିଣିବାକୁ ଯାଇଥିଲେ | ତେବେ ଏହି ବ୍ୟକ୍ତି ଜଣକ କାରର ଟେଷ୍ଟ ଡ୍ରାଇଭ କରିବାକୁ ଚାହିଁବାରୁ ସୋରୁମ ପକ୍ଷରୁ ତାଙ୍କୁ ଗାଡି ଦିଆଯାଇଥିଲା | ତେବେ ବ୍ୟକ୍ତି ଜଣକ ଏହି ନୂଆ କାରକୁ ନେଇ ଟେଷ୍ଟ ଡ୍ରାଇଭ କରୁଥିବାବେଳେ ଏହା ଦୁର୍ଘଟଣାର ଶିକାର ହୋଇଥିଲା | କାରର ସାମ୍ନାପଟ ଭାଙ୍ଗିଯାଇଥିଲା | ଆଉ ଏହାପରେ ସୋରୁମ ପକ୍ଷରୁ ଉକ୍ତ ବ୍ୟକ୍ତିଙ୍କ ପାଖରୁ ୧ ଲକ୍ଷ ୪୦ ହଜାର ଟଙ୍କାର ଜରିମାନା ଆଦାୟ କରାଯାଇଛି |

ସୋରୁମର କର୍ମଚାରୀଙ୍କ କହିବା ମୁତାବକ ରାସ୍ତାରେ କାରଟି ଟ୍ରକ ସହିତ ମୁହାଁମୁହିଁ ଧକ୍କା ହୋଇଥିଲା। କର୍ମଚାରୀମାନେ ଅଭିଯୋଗ କରିଛନ୍ତି ଯେ ବ୍ୟକ୍ତି ଜଣକ କାରକୁ ବେପରୁଆ ଭାବରେ ଚଳାଇଥିଲେ | ଯାହାଦ୍ୱାରା ଏହା ଦୁର୍ଘଟଣାର ଶିକାର ହୋଇଥିଲା | କାରର ସାମ୍ନାପଟ ଭାଙ୍ଗିରୁଜି ଯାଇଥିବାବେଳେ ଏବେ ତାଙ୍କଠାରୁ ୧ ଲକ୍ଷ ୪୦ ହଜାର ଟଙ୍କାର ଜରିମାନା ଆଦାୟ କରାଯାଇଛି |

ଉଲ୍ଲେଖ ଥାଉ କି ଅଧିକାଂଶ ଲୋକ କାର କିଣନ୍ତୁ କି ନାହିଁ, ଟେଷ୍ଟ ଡ୍ରାଇଭ ପାଇଁ ବିଭିନ୍ନ ସୋରୁମକୁ ଯାଇଥାନ୍ତି | ଆଉ ଟେଷ୍ଟ ଡ୍ରାଇଭ୍ ପୂର୍ବରୁ, ସୋରୁମ କର୍ମଚାରୀମାନେ ଆପଣଙ୍କୁ କିଛି କାଗଜପତ୍ରରେ ଦସ୍ତଖତ କରିବାକୁ କୁହନ୍ତି | ଅଧିକାଂଶ ବ୍ୟକ୍ତି ଏହାକୁ ପଢ଼ନ୍ତି ନାହିଁ ଓ ଦସ୍ତଖତ କରିଦିଅନ୍ତି | ଏଥିରେ ଲେଖାଯାଇଥାଏ ଯେ ଗାଡି ଚଳାଇବା ସମୟରେ ଯଦି କୌଣସି ଦୁର୍ଘଟଣା ଘଟେ, ତେବେ ଏହାର ମରାମତି ଖର୍ଚ୍ଚ ଆପଣଙ୍କୁ ବହନ କରିବାକୁ ପଡିବ |

ସମ୍ବନ୍ଧିତ ଖବର