ଇସଲାମାବାଦ: ବିଭିନ୍ନ ପ୍ରସଙ୍ଗ ନେଇ ଏବେ ଆମେରିକା ଏବଂ ପାକିସ୍ତାନ ମଧ୍ୟରେ ସଂପର୍କରେ ଖୁବ୍୍ ତିକ୍ତ ହୋଇଉଠିଛି। ଉଭୟ ରାଷ୍ଟ୍ର ଦୂତାବାସ ଅଧିକାରୀ ଏବଂ କୂଟନୀତିଜ୍ଞଙ୍କ ବିରୋଧରେ କଟକଣା ଲାଗୁ କରିଛନ୍ତି। ପାକିସ୍ତାନରେ ଅବସ୍ଥାପିତ ଆମେରିକାର ବରିଷ୍ଠ କୂଟନୀତିଜ୍ଞ ସି. ହାଲ୍ଙ୍କ ବିରୋଧରେ ପାକିସ୍ତାନ ସରକାର କଠୋର କଟକଣା ଜାରି କରିଛନ୍ତି। ସରକାରଙ୍କ ବିନା ଅନୁମତିରେ ସେ ଦେଶ ଛାଡ଼ି ଯାଇପାରିବେ ନାହିଁ ବୋଲି ଆଜି ନିର୍ଦ୍ଦେଶନାମା ଜାରି ହୋଇଛି। ହାଲ୍ଙ୍କ ବେପରୁଆ ଗାଡ଼ି ଚାଳନା ଯୋଗୁଁ ଜଣେ ପାକ୍ ନାଗରିକଙ୍କ ମୃତ୍ୟୁ ପରେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଇସ୍୍ଲାମାବାଦ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ଏହା ବ୍ୟତୀତ ଅନ୍ୟ କୂଟନୀତିଜ୍ଞମାନଙ୍କ ଚଳପ୍ରଚଳ ଉପରେ ମଧ୍ୟ ପାକିସ୍ତାନ କଟକଣା ଲଗାଇଛି। ନିକଟରେ ଆମେରିକା ପ୍ରଶାସନ ପାକିସ୍ତାନ କୂଟନୀତିଜ୍ଞଙ୍କ ବିରୋଧରେ କଟକଣା ଜାରି କରିଥିବା ବେଳେ ଏହାର ଜବାବରେ ପାକିସ୍ତାନ ଏଭଳି ପଦକ୍ଷେପ ନେଉଥିବା କୁହାଯାଉଛି। ଆମେରିକୀୟ ଦୂତାବାସର କୌଣସି ଅଧିକାରୀ ଦେଶର ଅନ୍ୟ ସହରକୁ ଗଲେ ମଧ୍ୟ ସରକାରଙ୍କ ଅନୁମତି ଜରୁରୀ ବୋଲି କୁହାଯାଇଛି। ପାକିସ୍ତାନର ଇସଲାମାବାଦ, ଲାହୋର ଓ କରାଚିରେ ଥିବା ଆମେରିକୀୟ କୂଟନୀତିଜ୍ଞଙ୍କ ଭ୍ରମଣ ଉପରେ କଟକଣା ଲାଗୁ କରାଯିବା ପରେ ଏହାକୁ ନେଇ ଆମେରିକା କଡ଼ା ଆଭିମୁଖ୍ୟ ଗ୍ରହଣ କରିଛି। ପାକିସ୍ତାନୀ କୂଟନୀତିଜ୍ଞଙ୍କ ଉପରେ ଆମେରିକା ପ୍ରଶାସନ ଜାରି କରିଥିବା ଭ୍ରମଣ କଟକଣା ୩ ଦିନ ତଳୁ ଲାଗୁ ହୋଇଛି। ଉଲ୍ଳେଖଯୋଗ୍ୟ, ଗତ ମାସରେ ଆତଙ୍କବାଦୀ କାର୍ଯ୍ୟକଳାପଗୁଡ଼ିକ ଏଡାଇବା ପାଇଁ ଆମେରିକା ସରକାର ପାକିସ୍ତାନ ଦୂତାବାସଠାରୁ ୪୦ କିମି ଦୂରତା ମଧ୍ୟରେ ହିଁ ରହିବାକୁ ପାକିସ୍ତାନ କୂଟନୀତିଜ୍ଞଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଆମେରିକାର ଏଭଳି କଟକଣାକୁ ନେଇ କ୍ଷୁବ୍ଧ ପାକିସ୍ତାନ ଏହାର ଜବାବ ଦେବ ବୋଲି ମଧ୍ୟ ଘୋଷଣା କରିଥିଲା।
ପାକ୍-ଆମେରିକା ସଂପର୍କ ତିକ୍ତ
କୂଟନୀତିଜ୍ଞଙ୍କ ବିରୋଧରେ କଟକଣା
/sambad/media/post_attachments/wp-content/uploads/2018/05/images-36.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)