୨୦୧୯ ପାଇଁ ଚିନ୍ତା ବଢ଼ିଲା

ନୂଆଦିଲ୍ଲୀ: ମଧ୍ୟ ପ୍ରଦେଶ, ରାଜସ୍ଥାନ, ଛତିଶଗଡ଼, ତେଲେଙ୍ଗାନା ଓ ମିଜୋରାମ ବିଧାନସଭା ନିର୍ବାଚନ ଫଳାଫଳ ଆସନ୍ତା ବର୍ଷ (୨୦୧୯)‌େର ହେବାକୁ ଥିବା ଲୋକସଭା ନିର୍ବାଚନ ଲଢ଼େଇ ପାଇଁ ବାଟ ସଫା କରିଦେଇଛି। ୨୦୧୪ରେ ନରେନ୍ଦ୍ର ମୋଦୀଙ୍କ ନେତୃତ୍ବ‌େର ବିଜେପିର ଐତିହାସିକ ବିଜୟ ଏବଂ ପରବର୍ତୀ ବିଧାନସଭା ନିର୍ବାଚନମାନଙ୍କରେ ଗୈରିକ ଶକ୍ତିର ଦବ୍‌ଦବା ବିରୋଧୀ ଦଳର ମନୋବଳକୁ ଭାଙ୍ଗି ଦେଇଥିଲା। ତେଣୁ ସେମାନେ ୨୦୧୯ ଲୋକସଭା ନିର୍ବାଚନ ପୂର୍ବରୁ ଗୋଟିଏ ରକମର ପରାଜୟ ସ୍ବୀକାର କରିଥିଲେ। ଅନେକ ବିରୋଧୀ ଦଳର ନେତା ଏବଂ ଏପରିକି କଂଗ୍ରେସ ସଭାପତି ରାହୁଲ ଗାନ୍ଧୀ ମଧ୍ୟ ୨୦୧୯କୁ ଭୁଲି ୨୦୨୪ ପାଇଁ ପ୍ରସ୍ତୁତ ହେବାକୁ ଲାଗିଥିଲେ। ଲୋକସଭା ନିର୍ବ‌ାଚନ ପରେ ହରିଆଣା, ଝାଡ଼ଖଣ୍ଡ, ମହାରାଷ୍ଟ୍ର, ଆସାମ, ଉତ୍ତର ପ୍ରଦେଶ, ଉତ୍ତରାଖଣ୍ଡ, ହିମାଚଳ ପ୍ରଦେଶ, ଗୋଆ, ଗୁଜରାଟ, ମେଘାଳୟ, ତ୍ରିପୁରା ପ୍ରଭୃତି ରାଜ୍ୟରେ ବିଜପିର ବିଜୟ ଅନ୍ୟ ବିରୋଧୀ ଦଳଙ୍କ ପାଇଁ ନିରାଶା ସୃଷ୍ଟି କରିଥିଲା। ଗୋଆ, ଗୁଜରାଟ ଏବଂ ମେଘାଳୟକୁ ଛାଡ଼ିଦେଲେ ଅନ୍ୟ ରାଜ୍ୟମାନଙ୍କରେ ବିଜେପିର ଏକତରଫା ବିଜୟ ହୋଇଥିଲା। ତେବେ ପଞ୍ଜାବରେ କଂଗ୍ରେସ ନିଜ ଶକ୍ତି ବଳରେ ବିଜୟୀ ହୋଇଥିବା ବେଳେ କର୍ଣ୍ଣାଟକରେ ଜେଡିଏସ୍ ସହ ମିଶି କଂଗ୍ରେସ ସରକାର ଗଠନ କରିବା ସହିତ ବିଜେପିର ବିଜୟ ରଥକୁ ଅଟକାଇଥିଲା। ଏହାକୁ ଛାଡ଼ିଦେଲେ ନିଜ ମନକୁ ବୁଝାଇବା ଲାଗି କଂଗ୍ରେସ ପାଖରେ କିଛି ନଥିଲା। ‌ରାଜନୈତିକ ମହଲରେ ମଧ୍ୟ ଏହି ଦଳ ଗୁରୁତ୍ବ ହରାଇବାକୁ ଲାଗିଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ବିଜେପି ସଭାପତି ଅମିତ ଶାହ ମଧ୍ୟ ଭାରତକୁ କଂଗ୍ରେସ ମୁକ୍ତ କରିବା ଲାଗି ସେମାନଙ୍କର ଅଭିଯାନକୁ ଜୋରଦାର କରିଥିଲେ। କିନ୍ତୁ ମଧ୍ୟ ପ୍ରଦେଶ, ଛତିଶଗଡ଼ ଏବଂ ରାଜସ୍ଥାନ ନିର୍ବାଚନରେ ବିଜେପିର ଶୋଚନୀୟ ପ୍ରଦର୍ଶନ ଏବଂ କଂଗ୍ରେସର ଶକ୍ତି ବୃଦ୍ଧି ଜାତୀୟ ରାଜନୀତିକୁ ନୂ୍ଆ ମୋଡ଼ରେ ଆଣି ପହଞ୍ଚାଇଛି। ଏହି ଫଳାଫଳରୁ ଗୋଟିଏ କଥା ସ୍ପଷ୍ଟ ହୋଇଯାଉଛି ‌େଯ ୨୦୧୯ ନିର୍ବାଚନ ଆଉ ବିଜେପି ପାଇଁ ଏତେ ସହଜ ହେବନାହିଁ। କଂଗ୍ରେସ ଏବଂ ଅନେକ ଆଞ୍ଚଳିକ ଦଳ ପକ୍ଷରୁ ବିଜେପି କଡ଼ା ମୁକାବିଲାର ସମ୍ମୁଖୀନ ହେବ। ଏହା ୧୯୮୪ ଏବଂ ୧୯୮୯‌େର ‌ହୋଇଥିବା ଲୋକସଭା ନିର୍ବାଚନ ଫଳାଫଳକୁ ମଧ୍ୟ ମନେ ପକାଇ ଦେଉଛି। ୧୯୮୪ରେ ରାଜୀବ ଗାନ୍ଧୀଙ୍କ ନେତୃତ୍ବରେ କଂଗ୍ରେସ ପାର୍ଟି ୪୦୪ ଆସନ ଜିତି ଇତିହାସ ସୃଷ୍ଟି କରିଥିଲା। କିନ୍ତୁ ୧୯୮୯ ନିର୍ବାଚନରେ କଂଗ୍ରେସ ଯେଉଁଭଳି ପରାଜୟର ସମ୍ମୁଖୀନ ହୋଇଥିଲା ତାହା ଦଳର କଳ୍ପନାର ବାହାରେ ଥିଲା। ସରକାର ଗଠନ ପାଇଁ ପାର୍ଟି ଆବଶ୍ୟକ ସଂଖ୍ୟା ମଧ୍ୟ ଜୁଟାଇ ପାରିଲା ନାହିଁ। ପୂର୍ବ ନିର୍ବାଚନ ତୁଳ‌ନାରେ ଏହା ୨୦୭ ଆସନ ହରାଇଲା ଏବଂ ଏହାର ସଭ୍ୟସଂଖ୍ୟା
୧୯୭କୁ ଖସି ଆସିଥିଲା। ଭାରତ ଗଣତନ୍ତ୍ରରେ ଏଭଳି ସବୁକିଛି ସମ୍ଭବ।

୨୦୧୪ ନିର୍ବାଚନରେ ବିଜେପି ଏକାକୀ ୨୮୨ ଆସନ ହାସଲ କରିଥିବା ବେଳେ ଏହାର ଅନ୍ୟ ସହ‌େଯାଗୀ ୫୪ଟି ଆସନ ପାଇଥିଲେ। ବିଜେପି ନେତୃତ୍ବ‌ାଧୀନ ଏନ୍‌ଡିଏକୁ ୩୩୬ଟି ଆସନ ମିଳିଥିଲା। ତେବେ ସବୁଠାରୁ ବେଶୀ କ୍ଷତିଗ୍ରସ୍ତ ‌େହାଇଥିଲା କଂଗ୍ରେସ। ୧୦ ବର୍ଷ ଧରି ଶାସନ ଚଳାଇଥିବା କଂଗ୍ରେସ ଏମିତି ହାରିଲା ଯେ ବିରୋଧୀ ଦଳର ମାନ୍ୟତା ପାଇବା ଲାଗି ଏହାପାଖରେ ସଂଖ୍ୟା ବି ନଥିଲା। ଏହାର ସଭ୍ୟସଂଖ୍ୟା (୧୪୬)ରୁ ୪୪କୁ ଖସି ଆସିଥିଲା। ଏହିଠାରୁ ଆରମ୍ଭ ହୋଇଥିଲା କଂଗ୍ରେସର ପରାଜୟ ଧାରା। ପାର୍ଟି ମହ‌ାରାଷ୍ଟ୍ର, ହରିଆଣା, ହିମାଚଳ ପ୍ରଦେଶ, ଉତ୍ତରାଖଣ୍ଡ ଓ ଅନେକ ଉତ୍ତର ପୂର୍ବାଞ୍ଚଳ ରାଜ୍ୟ ମଧ୍ୟ ହରାଇଥିଲା। କିନ୍ତୁ ପଞ୍ଜାବ ବିଜୟ ସହିତ ଗୁଜରାଟ ଓ କର୍ଣ୍ଣାଟକରେ ଏହା ଯେପରି ମୁକାବିଲା କଲା, ତାହା ଦଳକୁ କିଛି ପରିମାଣର ସଂଜୀବନୀ ଯୋଗାଇଥିଲା ଆଜି ପ୍ରକାଶ ପାଇଥିବା ୫ଟି ରାଜ୍ୟର ଫଳାଫଳ ବିରୋଧୀ କଂଗ୍ରେସ ଓ ଅନ୍ୟ ଆଞ୍ଚଳିକ ଦଦଳ ପାଇଁ ଯେତେ ଉତ୍ସାହଜନକ ନୁହେଁ ତାହା ଠାରୁ ବେଶୀ ଚିନ୍ତାଜନକ ହୋଇଛି ବିଜେପି ପାଇଁ। କାରଣ ଆସନ୍ତାବର୍ଷ ହେବାକୁ ଥିବା ଲୋକସଭା ନିର୍ବାଚନ ଉପରେ ଏହାର ପ୍ରଭାବ ପଡ଼ିବ। ଏହି ନିର୍ବାଚନ ଫଳାଫଳରୁ ଏଭଳି ସଙ୍କେତ ମିଳିଥିବା‌ କେତେକ ବିଜେପି ନେତା ମଧ୍ୟ ସ୍ବୀକାର କଲେଣି। ୨୦୧୯ରେ ସେମାନଙ୍କୁ କଡ଼ା ମୁକାବିଲାର ସମ୍ମୁଖୀନ ହେବାକୁ ପଡ଼ିବ। କେବଳ କଂଗ୍ରେସ ନୁହେଁ ମମତାଙ୍କ ତୃଣମୂଳ କଂଗ୍ରେସ, ନବୀନଙ୍କ ବିଜେଡି, କେସି ରାଓଙ୍କ ତେଲେଙ୍ଗାନା ରାଷ୍ଟ୍ରୀୟ ସମିତି, ଚନ୍ଦ୍ରବାବୁଙ୍କ ଟିଡିପି, ଲାଲୁଙ୍କ ଆରଜେଡି ଏବଂ ଅଖିଳେଶଙ୍କ ସମାଜବାଦୀ ପାର୍ଟି ଭଳି ଆଞ୍ଚଳିକ ଦଳ ୨୦୧୯ରେ ବିଜେପିର ବିଜୟ ରାସ୍ତାରେ କଣ୍ଟା ହୋଇ ପାରନ୍ତି।

ସମ୍ବନ୍ଧିତ ଖବର