ନୂଆଦିଲ୍ଲୀ: ଏକ ଅଦ୍ଭୁତପୂର୍ଣ୍ଣ ଘଟଣା କ୍ରମରେ ଦେଶର ସର୍ବୋଚ୍ଚ ନ୍ୟାୟାଳୟ ସୁପ୍ରିମ୍କୋର୍ଟରେ ଚାଲିଥିବା ଅନିୟମିତତା ସଂପର୍କରେ ଶୁକ୍ରବାର ଏକ ସାମ୍ବାଦିକ ସମ୍ମିଳନୀ ଡକାଇ ସୁପ୍ରିମ୍କୋର୍ଟର ଚାରି ବରିଷ୍ଠ ବିଚାରପତି ସେମାନଙ୍କର ଅଭିଯୋଗ ବଖାଣିବା ପରେ ସରକାରଙ୍କ ପକ୍ଷରୁ କେନ୍ଦ୍ର ଆଇନ୍ ରାଷ୍ଟ୍ରମନ୍ତ୍ରୀ କହିଛନ୍ତି ଯେ ଏହା ନ୍ୟାୟପାଳିକାର ଏକ ଆଭ୍ୟନ୍ତରୀଣ ବ୍ୟାପାର। ଏଥିରେ କେନ୍ଦ୍ର ସରକାରଙ୍କର ହସ୍ତକ୍ଷେପ କରିବାର କୌଣସି ପ୍ରକାର ଆବଶ୍ୟକତା କିମ୍ବା ପ୍ରସଙ୍ଗିକତା ନାହିଁ। ଏହାର ଉପଯୁକ୍ତ ସମାଧାନ ନ୍ୟାୟପାଳିକା ମଧ୍ୟରେ ହିଁ ହେବ। ତେଣୁ, ଏଥିନେଇ କେହି ଚିନ୍ତିତ କିମ୍ବା ଉଦ୍ବିଗ୍ନ ହେବାର କୌଣସି କାରଣ ନାହିଁ ବୋଲି ସେ ସ୍ପଷ୍ଟ କରି ଦେଇଛନ୍ତି।
ଅନ୍ୟପକ୍ଷରେ ବିରୋଧୀ ଦଳ କଂଗ୍ରେସର ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଏକ ସାମ୍ବାଦିକ ସମ୍ମିଳନୀରେ ଅଭିଯୋଗ କରି କହିଛନ୍ତି ଯେ ସର୍ବୋଚ୍ଚ ନ୍ୟାୟାଳୟର ଚାରିଜଣ ବରିଷ୍ଠ ବିଚାରପତି ଏକତ୍ର ହୋଇ ସମସ୍ୱରରେ ସର୍ବୋଚ୍ଚ ନ୍ୟାୟାଳୟ ସୁପ୍ରିମ୍କୋର୍ଟର କାର୍ଯ୍ୟଧାରା ଠିକ୍ ଢ଼ଙ୍ଗରେ ପରିଚାଳିତ ହେଉନାହିଁ ବୋଲି ଘୋଷଣା କରିବା ପରେ ଦେଶର ଗଣତନ୍ତ୍ର ଏବେ ଏକ ବିପଦଜନକ ପରିସ୍ଥିତି ଦେଇ ଗତି କରୁଥିବା ପ୍ରମାଣିତ ହୋଇଯାଇଛି।
ଅନ୍ୟପକ୍ଷରେ ସର୍ବୋଚ୍ଚ ନ୍ୟାୟାଳୟ ସୁପ୍ରିମ୍କୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ୍ ଦୀପକ ମିଶ୍ର ଆଜିର ଘଟଣାକ୍ରମ ପରେ ଆଟର୍ଣ୍ଣି ଜେନେରାଲ କେକେ ଭେନୁଗୋପାଲଙ୍କୁ ସାକ୍ଷାତ କରି ଆଲୋଚନା କରିବା ପରେ ଆଟର୍ଣ୍ଣି ଜେନେରାଲ ଭେନୁଗୋପାଲ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଏହି ସମସ୍ୟାର ସମାଧାନ ଘଟିବ ବୋଲି ଗଣମାଧ୍ୟମକୁ କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/01/justice-dipak-misra.jpg)