ଅନ୍ୟ ରୋଗରେ ପୀଡି଼ତଙ୍କ ପାଇଁ ସମସ୍ୟା: ଆଗ କରୋନା ପରୀକ୍ଷା, ପରେ ଅନ୍ୟ ଚିକିତ୍ସା

ନୂଆଦିଲ୍ଲୀ: ସମ୍ପ୍ରତି କୋଭିଡ୍–୧୯ ବ୍ୟତୀତ ଅନ୍ୟାନ୍ୟ ରୋଗରେ ପୀଡି଼ତ ହୋଇ ଡାକ୍ତରଖାନା ଆସୁଥିବା ଗୁରୁତର ରୋଗୀମାନଙ୍କ ପାଇଁ ଚିକିତ୍ସା ସମସ୍ୟା ଦେଖାଦେଇଛିା କରୋନା ସଂକ୍ରମଣକୁ ନେଇ ସ୍ବାସ୍ଥ୍ୟକର୍ମୀମାନେ ଅସୁରକ୍ଷିତ ହୋଇପଡି଼ଥିବା ବେଳେ ବର୍ତ୍ତମାନ ଡାକ୍ତରମାନେ ପ୍ରତ୍ୟେକ ରୋଗୀର ପ୍ରଥମେ କରୋନା ଭୂତାଣୁ ପରୀକ୍ଷା ଉପରେ ଗୁରୁତ୍ବ ଦେଉଛନ୍ତିା ଏପରିକି ଏକାଧିକ ସ୍ଥାନରେ ଅନ୍ୟ ରୋଗର ଚିକିତ୍ସା ପାଇଁ ଆସିଥିବା ଗୁରୁତର ରୋଗୀ କରୋନା ପରୀକ୍ଷା ରିପୋର୍ଟ ଆସିବା ପୂର୍ବରୁ ଆଖିବୁଜିବାର ନଜିର ରହିଛିା ଝାଡ଼ଖଣ୍ତରେ ଡାୟାଲିସିସ୍‌ ପାଇଁ ଆସିଥିବା ଜଣେ ୬୧ ବର୍ଷୀୟା ମହିଳା ଓ ୧୪ ବର୍ଷର ବାଳକଙ୍କର ଏପରି ମୃତ୍ୟୁ ଘଟିବା ଉଦାହରଣ ମାତ୍ରା ସେମାନେ କୋଭିଡ୍–୧୯ରେ ପୀଡି଼ତ ନଥାଇ ମଧ୍ୟ କେବଳ ତାହା ନିର୍ଦ୍ଧାରଣ କରିବା ଅବସରରେ ଦୀର୍ଘ ସମୟ ଅପେକ୍ଷା କାରଣରୁ ଏପରି ମୃତ୍ୟୁହେବା ଘଟଣା ଉଦ୍‌ବେଗର ବିଷୟ ହୋଇଛିା ଏପଟେ ଗୋହତ୍ୟା, ସେପଟେ ବ୍ରହ୍ମହତ୍ୟା ଭଳି ଦ୍ବନ୍ଦାତ୍ମକ ସ୍ଥିତିରେ ଏବେ ସ୍ବାସ୍ଥ୍ୟକର୍ମୀମାନେ ଅଛନ୍ତିା ଗୋଟିଏ ପଟେ ଆଗପଛ ନ ବିଚାରି ଗୁରୁତର ରୋଗୀଙ୍କୁ ତୁରନ୍ତ ଚିକିତ୍ସା କରିବେ ନା କରୋନା ସଂକ୍ରମଣ ଆଶଙ୍କାରେ ସେମାନଙ୍କୁ ପ୍ରଥମେ କରୋନା ପରୀକ୍ଷା କରି ରିପୋର୍ଟ ଆସିବା ଯାଏ ଅପେକ୍ଷା କରିବୋ ସୂଚନାଥାଉ କି, ମୁମ୍ବାଇରେ କରୋନା ପୀଡି଼ତଙ୍କୁ ଚିକିତ୍ସା କରୁଥିବା କିଛି ସ୍ବାସ୍ଥ୍ୟକର୍ମୀ କରୋନା ସଂକ୍ରମିତ ହୋଇଥିବା ଜଣାପଡି଼ବା ପରେ ସେଠାରେ ୨୦ ପାଖାପାଖି ଛୋଟବଡ଼ ଡାକ୍ତରଖାନାକୁ ବନ୍ଦ କରିଦିଆଯାଇଛିା ତେଣୁ ଦେଶର ବିଭିନ୍ନ ପ୍ରାନ୍ତରେ ଥିବା ଡାକ୍ତରମାନେ ଏମିତି ବେସରକାରୀ ଡାକ୍ତରଖାନା ବନ୍ଦ କରି ଚିକିତ୍ସା ସେବାକୁ ସଂକୀର୍ଣ୍ଣ କରିଦେବା ଅପେକ୍ଷା ଆସୁଥିବା ସମସ୍ତ ରୋଗୀଙ୍କର କରୋନା ପରୀକ୍ଷା ଉପରେ ଗୁରୁତ୍ବ ଦେଉଛନ୍ତିା ଏ ପରିପ୍ରେକ୍ଷୀରେ ଏକ ବେସରକାରୀ ହସ୍ପିଟାଲ୍ କର୍ତ୍ତୃପକ୍ଷ ଏହାର କର୍ମଚାରୀମାନଙ୍କୁ ସମ୍ଭାବ୍ୟ କରୋନା ସଂକ୍ରମଣରୁ ମୁକ୍ତ ରଖିବା ଲାଗି ଏହାର ବିଭିନ୍ନ ଶାଖା ଡାକ୍ତରଖାନାରେ ଯେ କୌଣସି ରୋଗୀକୁ ଚିକିତ୍ସା କରିବା ପୂର୍ବରୁ ସଂପୃକ୍ତ ରୋଗୀର କୋଭିଡ୍–୧୯ ପରୀକ୍ଷା ବାଧ୍ୟତାମୂଳକ ବୋଲି ନିଷ୍ପତ୍ତି ନେଇଛନ୍ତିା ଅପରପକ୍ଷେ, ଗତ ସପ୍ତାହରେ ଦିଲ୍ଲୀ ସରକାର ଏକ ବିଜ୍ଞପ୍ତି ମାଧ୍ୟମରେ ଜଣାଇଛନ୍ତି ଯେ ଡାକ୍ତରଖାନାକୁ ଆଶୁ ଚିକିତ୍ସା ପାଇଁ ଆସୁଥିବା କୌଣସି ରୋଗୀ ସେ କରୋନାମୁକ୍ତ ବୋଲି ରିପୋର୍ଟ ପେସ୍‌ କରିବାକୁ ବାଧ୍ୟ ନୁହୋଁ ଏପରିକି ଏଥିପାଇଁ ତାଙ୍କୁ ଚିକିତ୍ସା ସେବାରୁ ବ‌ିତ କରିଥିବା ବେସରକାରୀ ଡାକ୍ତରଖାନା ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବା ବେସରକାରୀ ଡାକ୍ତରଖାନା କର୍ତ୍ତୃପକ୍ଷଙ୍କ ଏଭଳି ଆଭିମୁଖ୍ୟ ଉପରେ ତାମିଲନାଡୁ ସରକାର ମଧ୍ୟ ଅନୁରୂପ ଚେତାବନୀ ଦେଇଛନ୍ତିା ଏପରିକି କରୋନା ପରୀକ୍ଷାକୁ ଆଳ କରି କେହି କୌଣସି ରୋଗୀକୁ ଚିକିତ୍ସାରୁ ବଞ୍ଚିତ କଲେ ସଂପୃକ୍ତ ସ୍ବାସ୍ଥ୍ୟ ପ୍ରତିଷ୍ଠାନକୁ ବନ୍ଦ କରିଦିଆଯିବ ବୋଲି ମଧ୍ୟ ଧମକ ଦେଇଛନ୍ତିା ଏଭଳି ପରିସ୍ଥିତିରେ ବେସରକାରୀ ଡାକ୍ତରଖାନାଗୁଡି଼କ ସରକାରୀ ଚେତାବନୀକୁ ସାମନା କରିବା ପାଇଁ ନିଜସ୍ବ ଉପାୟ ବାହାର କରିବାରେ ବ୍ୟସ୍ତ ଅଛନ୍ତିା କେତେକ ସ୍ଥାନରେ କେହି କେହି ବହିବିର୍ଭାଗ ଚିକିତ୍ସାକୁ ବର୍ତ୍ତମାନ ପାଇଁ ସମ୍ପୂର୍ଣ୍ଣ ବନ୍ଦ କରିଦେଇଥିବା ବେଳେ କେଉଁଠି ପ୍ରତି ରୋଗୀକୁ କୋଭିଡ୍–୧୯ ଆକ୍ରାନ୍ତ ବିଚାରି ସ୍ବାସ୍ଥ୍ୟକର୍ମୀମାନେ ଆବଶ୍ୟକ ସଂକ୍ରମଣ ପ୍ରତିରୋଧ ସରଞ୍ଜାମ ବ୍ୟବହାର କରୁଛନ୍ତିା

ସମ୍ବନ୍ଧିତ ଖବର