କୋଲକାତା: ବିଜେପିର ତମଲୁକ ଲୋକସଭା ପ୍ରାର୍ଥୀ ତଥା କାଲକାଟା ହାଇକୋର୍ଟର ପୂର୍ବତନ ବିଚାରପତି ଅଭିଜିତ ଗଙ୍ଗୋପାଧ୍ୟାୟଙ୍କ ବିରୋଧରେ ନିର୍ବାଚନ କମିସନ୍‌(ଇସି) କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ବିରୋଧରେ ଅପମାନଜନକ ଟିପ୍ପଣୀ ଦେଇ ଅଭିଜିତ ଗଙ୍ଗୋପାଧ୍ୟାୟ ନିର୍ବାଚନ ଆଚରଣବିଧି ଉଲ୍ଲଂଘନ କରିଥିବାରୁ ତାଙ୍କ ଉପରେ ପ୍ରଚାର କଟକଣା ଲାଗିଛି। ସେ ୨୪ ଘଣ୍ଟା ପାଇଁ ନିର୍ବାଚନ ପ୍ରଚାର କରିପାରିବେ ନାହିଁ। ଏହି କଟକଣା ମଙ୍ଗଳବାର ସନ୍ଧ୍ୟା ୫ଟାରୁ ଆରମ୍ଭ ହୋଇଛି ଏବଂ ପରବର୍ତ୍ତୀ ୨୪ ଘଣ୍ଟା ପର୍ଯ୍ୟନ୍ତ ଜାରି ରହିବ। ଉଲ୍ଲେଖଯୋଗ୍ୟ, ଗଙ୍ଗୋପାଧ୍ୟାୟ ହଳଦିଆରେ ଏକ ରାଲିରେ ଉଦବୋଧନ ଦେବା ସମୟରେ ମମତାଙ୍କ ବିରୋଧରେ ଅଶାଳୀନ ଟିପ୍ପଣୀ ଦେଇଥିଲେ। ଏହି କାରଣ ପାଇଁ ଟିଏମ୍‌ସି ମେ' ୧୭ ତାରିଖରେ ନିର୍ବାଚନ କମିସନ୍‌ଙ୍କ ନିକଟରେ ଅଭିଯୋଗ କରିଥିଲା। କମିସନ ଏହାପରେ ଗଙ୍ଗୋପାଧ୍ୟାୟଙ୍କୁ କାରଣ ଦର୍ଶାଅ ନୋଟିସ୍‌ କରିଥିଲେ। ସେ ଯେଉଁ ଟିପ୍ପଣୀ ଦେଇଛନ୍ତି ତାହା ଅସମ୍ମାନଜନକ ଏବଂ ଅଯୌକ୍ତିକ ବୋଲି କମିସନ କହିଥିଲେ।

Advertisment

କମିସନଙ୍କ ନୋଟିସ ଉପରେ ଗଙ୍ଗୋପାଧ୍ୟାୟଙ୍କୁ ମେ’ ୨୦ ସନ୍ଧ୍ୟା ସୁଦ୍ଧା ଜବାବ ମଗାଯାଇଥିଲା ଏବଂ ଗଙ୍ଗୋପାଧ୍ୟାୟ ତାଙ୍କ ଜବାବ ରଖିଥିଲେ। କମିସନ୍‌ ଗଙ୍ଗୋପାଧ୍ୟାୟଙ୍କ ଟିପ୍ପଣୀ ପାଇଁ ତାଙ୍କୁ କଡ଼ା ନିନ୍ଦା କରିଥିଲେ। ଏକ ରାଲିରେ ଗଙ୍ଗୋପାଧ୍ୟାୟ ମମତାଙ୍କୁ କହିଥିଲେ, ‘ତୁମେ କହୁଛ ବିଜେପି ପ୍ରାର୍ଥୀଙ୍କ ଦାମ୍‌ ୨୦୦୦ଟଙ୍କା, ତୁମ ଦାମ୍‌ କେତେ, ଏହି ଦାମ କ’ଣ ୧୦ ଲକ୍ଷ ଟଙ୍କା ?