ମୁମ୍ବାଇ: ଦିଲ୍ଲୀ-ମୁମ୍ବାଇ ବିମାନରେ ଜଣେ ଡାକ୍ତରାଣୀଙ୍କ ସହିତ ଅସଦାଚରଣ କରିଥିବା ଜଣେ ୪୭ ବର୍ଷିୟ ପ୍ରଫେସର୍ଙ୍କୁ ଗିରଫ କରାଯାଇଥିବା କଥା ଆଜି ପୁଲିସ କହିଛି।
ପୁଲିସ ଅଧିକାରୀମାନଙ୍କ କହିବା ଅନୁସାରେ, ଘଟଣାଟି ବୁଧବାର ଘଟିଛି। ଭୋର୍ ୫.୩୦ରେ ଦିଲ୍ଲୀରୁ ଉଡ଼ାଣ ଆରମ୍ଭ କରିଥିବା ଉକ୍ତ ବିମାନରେ ୨୪ ବର୍ଷୀୟ ପୀଡ଼ିତା ଓ ଅଭିଯୁକ୍ତ ପାଖାପାଖି ବସିଥିଲେ।
Image Courtesy of Lokamat Timesଅଭିଯୋଗରେ, ଡାକ୍ତରାଣୀଜଣକ କହିଛନ୍ତି ଯେ, ମୁମ୍ବାଇ ବିମାନ ବନ୍ଦରରେ ଅବତରଣ କରିବାର କିଛି ସମୟ ଆଗରୁ ଅଭିଯୁକ୍ତ ତାଙ୍କୁ ଆପତ୍ତିଜନକ ଭାବେ ସ୍ପର୍ଶ କରିଥିଲେ। ଏକଥାକୁ ନେଇ ଦୁହିଁଙ୍କ ମଧ୍ୟରେ ଯୁକ୍ତିତର୍କ ହେବାରୁ ଡାକ୍ତରାଣୀ ବିମାନର କ୍ରୁ’ ମେମ୍ବରମାନଙ୍କୁ ସବୁକଥା ଅବଗତ କରାଇଲେ। ସେମାନେ ହସ୍ତକ୍ଷେପ କରି ପରିସ୍ଥିତିକୁ ନିୟନ୍ତ୍ରଣ କରିବାକୁ ଉଦ୍ୟମ କଲେ। ବିମାନ ମୁମ୍ବାଇ ବିମାନବନ୍ଦରରେ ଅବତରଣ କରିବା ପରେ ଉଭୟ ସହାର ଥାନାକୁ ଯାଇଥିଲେ।
ପୀଡ଼ିତାଙ୍କ ଅଭିଯୋଗକୁ ଭିତ୍ତି କରି ପ୍ରଫେସର୍ଙ୍କ ନାଁରେ ଯୌନଉତ୍ପୀଡ଼ନ ମାମଲା ରୁଜୁ କରାଯାଇ ତାଙ୍କୁ ଗିରଫ କରାଯାଇଥିଲା। ଗିରଫ ଅଭିଯୁକ୍ତଙ୍କୁ ଅଦାଲତରେ ହାଜର କରାଯିବା ପରେ ତାଙ୍କୁ ଜାମିନ ମିଳିଛି ବୋଲି ପୁଲିସ କହିଛି।
ସମ୍ପ୍ରତି ମାମଲାର ତଦନ୍ତ ଚାଲିଥିବା କଥା ପୁଲିସ କହିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/07/flight-2.jpg)