ମୁମ୍ବାଇ: ଗତକାଲି ମହାରାଷ୍ଟ୍ରର ରାଜନୈତିକ ନାଟକ ଦେଖି ଦେଖି ଜଣେ ପ୍ରଫେସର ଅସୁସ୍ଥ ହୋଇଥିବା ଜଣାଯାଇଛି। ଖାଲି ସେତିକି ନୁହେଁ,ସେ ଏଥିଲାଗି ଛୁଟି ଆବେଦନ କରିଛନ୍ତି। ତାଙ୍କର ଏହି ଆବେଦନ ପତ୍ରରେ ସେ ଏହି କାରଣ ଦର୍ଶାଇଥିବା ଜଣାଯାଇଛି, ଯାହା ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି ।
ମିଳିଥିବା ସୂଚନା ଅନୁଯାୟୀ ମହାରାଷ୍ଟ୍ରର ଚନ୍ଦ୍ରପୁରଠାରୁ ପାଖାପାଖି ୪୩ କିଲୋମିଟର ଦୂରରେ ଥିବା ଗଡ଼ଚନ୍ଦୁରସ୍ଥିତ ମହାବିଦ୍ୟାଳୟରେ ଇଂରାଜି ପ୍ରଫେସରଭାବେ କାର୍ଯ୍ୟରତ ଜହୀର ସୟଦ ଅସୁସ୍ଥ ହୋଇ ପଡ଼ିଛନ୍ତି । ତାଙ୍କ ଅସୁସ୍ଥତାର ମୁଖ୍ୟ କାରଣ ହେଲା ମହାରାଷ୍ଟ୍ରର ରାଜନୀତି । କାରଣ ପ୍ରାୟ ଏକ ମାସ ହେବ ମହରାଷ୍ଟ୍ରରେ ସରକାର ଗଢ଼ିବା ନେଇ ବିଜେପି, କଂଗ୍ରେସ, ଏନସିପି ଓ ଶିବସେନା ମଧ୍ୟରେ ରାଜନୈତିକ ନାଟକ ଜାରି ରହିଛି ।

Advertisment

publive-image Image Source: Hindustan Times

ଅପରପକ୍ଷରେ ପ୍ରଫେସରଙ୍କ ଛୁଟି ଆବେଦନ ଓ ଏହାର କାରଣ ଏବେ ଚର୍ଚ୍ଚାର ବିଷୟ ହୋଇଛି । ପ୍ରଫେସର ଜହୀର ଛୁଟିଲାଗି କରିଥିବା ଆବେଦନକୁ ଏଯାଏଁ ମଂଜୁରି ମିଳି ନଥିବା କୁହାଯାଉଛି।