ନୂଆଦିଲ୍ଲୀ : ଆସନ୍ତାକାଲି ସକାଳେ ନାମିବ୍ୟାରୁ ୮ଟି ଚିତା ଆସି ଭାରତ ପହଞ୍ଚିବ। ଭାରତ ଆସୁଥିବା ଏହି ୮ ଚିତାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟପ୍ରଦେଶ ଜାତୀୟ ଉଦ୍ୟାନରେ ଛାଡ଼ିବେ। ତେବେ ‘ପ୍ରୋଜେକ୍ଟ ଚିତା’ର ସବୁ ଶ୍ରେୟ କଂଗ୍ରେସ ନେବାପାଇଁ ଚାହିଛି।
ଏହି ପ୍ରସଙ୍ଗରେ ଏକ ଟିପ୍ପଣୀ ରଖି କଂଗ୍ରେସ କହିଛି ୨୦୦୮-୦୯ରେ ପ୍ରୋଜେକ୍ଟ ଚିତା ପ୍ରସ୍ତୁତ ହୋଇଥିଲା ଏବଂ ମନମୋହନ ସିଂହଙ୍କ ନେତୃତ୍ବାଧୀନ ଉପା ସରକାର ଏଥିପାଇଁ ସ୍ବୀକୃତି ଦେଇଥିଲେ । ତତ୍କାଳୀନ ଜଙ୍ଗଲ ଏବଂ ପରିବେଶ ମନ୍ତ୍ରୀ ଜୟରାମ ରମେଶ ୨୦୧୦ ଏପ୍ରିଲରେ ଦକ୍ଷିଣ ଆଫ୍ରିକାର ‘ଚିତା ଆଉଟ୍ରିଚ୍ ସେଣ୍ଟର’ ଗସ୍ତ କରିଥିଲେ। କିନ୍ତୁ ୨୦୧୩ରେ ସୁପ୍ରିମକୋର୍ଟ ଏହି ପ୍ରକଳ୍ପ ଉପରେ ରହିତାଦେଶ ଲଗାଇଥିଲେ ଏବଂ ୨୦୨୦ରେ ପୁଣିଥରେ ସୁପ୍ରିମକୋର୍ଟ ଏଥିପାଇଁ ଅନୁମତି ଦେଇଥିଲେ। ଏହାପରେ ଚିତା ଭାରତ ଆସିବାପାଇଁ ବାଟ ଫିଟିଥିଲା। କଂଗ୍ରେସ କହିଛି ଗତ ୧୪ ବର୍ଷ ତଳେ ଦଳ ଯେଉଁ ଉଦ୍ୟମ କରିଥିଲା ତାହାର ଫଳ ସ୍ବରୂପ ଚିତା ଆସି ଭାରତରେ ପହଞ୍ଚିବ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/08/chita-tiger.jpg)