ପାଟନା: ବିହାରର ପାଟନାରେ ବିଶିଷ୍ଟ ବ୍ୟବସାୟୀ ଗୋପାଳ ଖେମ୍କାଙ୍କୁ ତାଙ୍କ ଘର ନିକଟରେ ଅଜ୍ଞାତ ଆତତାୟୀମାନେ ଗୁଳିକରି ହତ୍ୟା କରିଛନ୍ତି। ୬ ବର୍ଷ ତଳେ ତାଙ୍କ ପୁଅ ଗୁଞ୍ଜନ ଖେମକାଙ୍କୁ ମଧ୍ୟ ସମାନ ଢଙ୍ଗରେ ହତ୍ୟା କରାଯାଇଥିଲା। ଖବର ପାଇବା ପରେ ପୁଲିସ ୩ ଘଣ୍ଟା ବିଳମ୍ବରେ ଘଟଣାସ୍ଥଳରେ ପହଞ୍ଚିଥିବା ଖେମ୍କାଙ୍କ ଭାଇ ଅଭିଯୋଗ କରିଛନ୍ତି।
ଶୁକ୍ରବାର ରାତିରେ ଗାନ୍ଧୀ ମଇଦାନ ଅଞ୍ଚଳରେ ଥିବା ନିଜ ବାସଭବନ ପାନାଚେ ହୋଟେଲ ପାଖରେ ଥିବା ଏକ ଆପାର୍ଟମେଣ୍ଟ ନିକଟରେ କାର୍ରୁ ଓହ୍ଲାଇବା ବେଳେ ଅଭିଯୁକ୍ତମାନେ ରାଜ୍ୟର ଅନ୍ୟତମ ପୁରାତନ ଘରୋଇ ହସ୍ପିଟାଲ ମଗଧ ହସ୍ପିଟାଲର ମାଲିକ ଗୋପାଳ ଖେମ୍କାଙ୍କ ଉପରକୁ ଗୁଳି ଚଳାଇଥିଲେ। ରାତି ୧୧ଟା ୩୯ରେ ମୁଖ୍ୟ ପ୍ରବେଶ ଦ୍ୱାରରେ ଲାଗିଥିବା ସିସିଟିଭି ଫୁଟେଜରେ ନୀଳରଙ୍ଗର ସାର୍ଟ ପିନ୍ଧିଥିବା ଜଣେ ବ୍ୟକ୍ତି ବାହାରେ ଅପେକ୍ଷା କରିଥିବା ବେଳେ ବାରମ୍ବାର ପଛକୁ ଚାହୁଥିବା ଦେଖିବାକୁ ମିଳିଛି। ମୁଖ୍ୟ ଫାଟକ ବାହାରେ ମେରୁନ୍ ରଙ୍ଗର କାର୍ ଅଟକିବା ମାତ୍ରେ ବ୍ୟକ୍ତି ଜଣକ ତା’ ଆଡ଼କୁ ଦୌଡ଼ି ଯାଇ ଡ୍ରାଇଭର ସିଟ୍ରେ ବସିଥିବା ଗୋପାଳ ଖେମ୍କାଙ୍କ ଉପରକୁ ଗୁଳି ଚଳାଇଥିଲା। ଏହାପରେ ସେ ବାଇକ୍ରେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା। ପୁଲିସର ଉଦାସୀନତା ଦାବି କରି ଖେମ୍କାଙ୍କ ଭାଇ ଶଙ୍କର କହିଛନ୍ତି ଯେ ଗୁଳିକାଣ୍ଡର ପ୍ରାୟ ୩ ଘଣ୍ଟା ପରେ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚିଥିଲେ। ତାଙ୍କ କହିବା ଅନୁଯାୟୀ, ତାଙ୍କ ଭାଇ ଘରକୁ ଫେରୁଥିଲେ। ରାତି ୧୧ଟା ୪୦ରେ ଦୁର୍ବୃତ୍ତ ତାଙ୍କ ଉପରକୁ ଗୁଳି ଚଳାଇଥିଲେ। ରାତି ସାଢ଼େ ୨ଟା ପର୍ଯ୍ୟନ୍ତ ପୁଲିସ ଘଟଣାସ୍ଥଳରେ ପହଞ୍ଚି ନ ଥିଲା। ବିଧାନସଭା ନିର୍ବାଚନକୁ ଆଉ ମାତ୍ର କିଛିମାସ ବାକି ଥିବାବେଳେ ଏହି ଘଟଣା ରାଜନୈତିକ ଆଲୋଡ଼ନ ସୃଷ୍ଟି କରିଛି।
ବିହାରର ବିଶିଷ୍ଟ ବ୍ୟବସାୟୀ ଗୋପାଳ ଖେମ୍କାଙ୍କୁ ଗୁଳିକରି ହତ୍ୟା
ବିହାରର ପାଟନାରେ ବିଶିଷ୍ଟ ବ୍ୟବସାୟୀ ଗୋପାଳ ଖେମ୍କାଙ୍କୁ ତାଙ୍କ ଘର ନିକଟରେ ଅଜ୍ଞାତ ଆତତାୟୀମାନେ ଗୁଳିକରି ହତ୍ୟା କରିଛନ୍ତି। ୬ ବର୍ଷ ତଳେ ତାଙ୍କ ପୁଅ ଗୁଞ୍ଜନ ଖେମକାଙ୍କୁ ମଧ୍ୟ ସମାନ ଢଙ୍ଗରେ ହତ୍ୟା କରାଯାଇଥିଲା।
/sambad/media/media_files/2025/07/06/mqdxzcvbn-2025-07-06-07-02-08.jpg)