ଦୁଇ ହାଇକୋର୍ଟ ମୁଖ୍ୟ ବିଚାରପତିଙ୍କୁ ସୁପ୍ରିମ୍‌ କୋର୍ଟ ବିଚାରପତି ଭାବେ ପଦୋନ୍ନତି

ନୂଆଦିଲ୍ଲୀ : ଝାଡ଼ଖଣ୍ଡ ହାଇକୋର୍ଟର ମୁଖ୍ୟ ବିଚାରପତି ଅନିରୁଦ୍ଧ ବୋସ୍ ଏବଂ ଗୌହାଟି ହାଇକୋର୍ଟର ମୁଖ୍ୟ ବିଚାରପତି ଏଏସ୍‌ ‌ବେପନ୍ନାଙ୍କୁ ସୁପ୍ରିମ୍‌ କୋର୍ଟ ବିଚାରପତି ଭାବେ ପଦୋନ୍ନତି ମିଳିଛି। ଆଜି ସୁପ୍ରିମ୍‌ କୋର୍ଟ କଲେଜିୟମର ବୈଠକରେ ଏହି ଦୁଇ ବିଚାରପତିଙ୍କ ନାମକୁ ସୁପ୍ରିମ୍‌ କୋର୍ଟ ବିଚାରପତି ଭାବେ ନିଯୁକ୍ତି ଦେବାକୁ ସୁପାରିସ କରାଯାଇଛି। କଲେଜିୟମ ବୈଠକରେ ପ୍ରଧାନ ବିଚାରପତି ରଂଜନ ଗୋଗଇ ଅଧ୍ୟକ୍ଷତା କରିଥିଲେ। ଏହି ଦୁଇ ବିଚାରପତିଙ୍କ ନିଯୁକ୍ତି ପରେ ସୁପ୍ରିମ୍‌ କୋର୍ଟରେ ବିଚାରପତିଙ୍କ ସଂଖ୍ୟା ୨୭ରୁ ୨୯ରେ ପହଞ୍ଚିବ।

ସମ୍ବନ୍ଧିତ ଖବର